ଭୁବନେଶ୍ବର: ପରପାରିରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ପ୍ରଦୀପ ମହାରଥୀ । ତାଙ୍କର ପାର୍ଥିବ ଶରୀରକୁ ପ୍ରଥମେ ତାଙ୍କ ବାସଭବନକୁ ନିଆଯାଇଥିଲା । ପରେ ବିଧାନସଭାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
ଏହି ଅବସରରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବହୁ ବିଧାୟକ ଓ ବିଭିନ୍ନ ଦଳର ନେତା ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ପରେ ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ଦଳର ନେତା କର୍ମୀ ଶେଷ ସମ୍ମାନ ଜଣାଇଛନ୍ତି । ଏହାପରେ ତାଙ୍କୁ ତାଙ୍କର ଫାର୍ମ ହାଉସକୁ ନିଆଯିବ । ଏବଂ ଅପରାହ୍ନରେ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଏହି ଅବସରରେ ବହୁ ନେତା ମନ୍ତ୍ରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ