ETV Bharat / city

କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି, ନୀତି ନିର୍ଘଣ୍ଟ - ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଳନ ବୈଠକ

ଏଥର ମଧ୍ୟ କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି, ନୀତି ନିର୍ଘଣ୍ଟ

author img

By

Published : Feb 11, 2022, 10:49 PM IST

Updated : Feb 12, 2022, 8:50 AM IST

ଭୁବନେଶ୍ବର: ଏଥର ମଧ୍ୟ କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି । ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ଟ୍ରଷ୍ଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ । ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି(ଶୁକ୍ରବାର) ବସିଥିଲା ବୈଠକ ।

କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି, ନୀତି ନିର୍ଘଣ୍ଟ

ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ଶିବରାତ୍ରି ପାଳନ ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ କଲା ଟ୍ରଷ୍ଟବୋର୍ଡ । ନିଯୋଗମାନଙ୍କ ଦାବି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଏନେଇ ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

ତେବେ ଏଥର ଭକ୍ତଙ୍କ ପ୍ରବେଶ ନେଇ ଆଗକୁ ପୁଣିଥରେ ଆଲୋଚନା ହେବ । ଏହାପରେ ନିଷ୍ପତ୍ତି ନିଆଯିବ । ଆଜି ବସିଥିବା ବୈଠକରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଏବଂ ଟ୍ରଷ୍ଟବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Feb 12, 2022, 8:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.