ETV Bharat / city

ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେପି, ମାହାଙ୍ଗା ହତ୍ୟା ମାମଲାରେ ପ୍ରତାପଙ୍କ ଇସ୍ତଫା ଦାବି - Mahanga Murder case

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲା ବିଜେପି । ମାହାଙ୍ଗା ହତ୍ୟା ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା ଦଳ । ଅଧିକ ପଢନ୍ତୁ...

ବିଜେପି
ବିଜେପି
author img

By

Published : Feb 27, 2021, 1:18 PM IST

Updated : Feb 27, 2021, 5:04 PM IST

ଭୁବନେଶ୍ବର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲେ ବିରୋଧୀ । କଟକରେ ଛାତ୍ରୀଙ୍କ ହାତ ଗୋଡ ବାନ୍ଧି ପୋଡିବା ପ୍ରସଙ୍ଗ ସମେତ ପରୀ, ପିହୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଆଇନଶୃଙ୍ଖଳା ନେଇ ବର୍ଷିଲା ବିଜେପି, ମାହାଙ୍ଗା ହତ୍ୟା ମାମଲାରେ ପ୍ରତାପଙ୍କ ଇସ୍ତଫା ଦାବି

ସେହିପରି ମାହାଙ୍ଗା ହତ୍ୟା ଘଟଣା ସହ ଚାରି ଚାରିଟି ହତ୍ୟା ଘଟଣା ଉଲ୍ଲେଖ କଲେ ମୋହନ ମାଝୀ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିବା ସହ ତାଙ୍କ ନାଁରେ ମାହାଙ୍ଗା ହତ୍ୟା ମାମଲାରେ ଏଫଆଇଆର ରହିଛି । ସେ ବଡ଼ ପଣ୍ଡା । ତାଙ୍କ ପାଖରେ ଆଇନ ପହଞ୍ଚି ପାରିବନି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେବା ସହ ଘଟଣାର ସିବିଆଇ ତଦନ୍ତ ନେଇ ସୁପାରିଶ କରିବାକୁ ସେ ଦାବି କରିଛନ୍ତି । ସେହିପରି ରାଜନୈତିକ ଯଜ୍ଞରେ 16 ନେତାଙ୍କୁ ବଳି ପକାଯାଇଛି । ରାଜ୍ୟରେ ପ୍ରତିଦିନ 15 ଶିଶୁ ନିଖୋଜ ହୋଇଛନ୍ତି ବୋଲି ଉଲ୍ଲେଖ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହ ଏଭଳି ସମ୍ବେଦନଶୀଳ ଅପରାଧ ଘଟଣାର ତଦନ୍ତ ଜଣେ ଆଇଜି ପାହ୍ୟା ଅଫିସର ମାଧ୍ୟମରେ କରିବାକୁ ମୋହନ ମାଝୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Feb 27, 2021, 5:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.