ETV Bharat / city

ଗୃହରେ ମାହାଙ୍ଗା ମର୍ଡର ତାତି; ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲେ ବିରୋଧୀ - opposoition demand minister pratap jena ouster

ବିଧାନସଭାରେ ମାହାଙ୍ଗା ମର୍ଡର କେସକୁ ନେଇ ଶାସକ-ବିରୋଧୀ ମୁହାଁମହିଁ । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାଚସ୍ପତି ରୁଲିଂ ଦେବାକୁ କହିଲା ବିଜେପି । ଅଧିକ ପଢନ୍ତୁ...

ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲେ ବିରୋଧୀ
ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲେ ବିରୋଧୀ
author img

By

Published : Mar 20, 2021, 1:20 PM IST

Updated : Mar 20, 2021, 8:21 PM IST

ଭୁବନେଶ୍ବର: ବିଧାନସଭାରେ ମାହାଙ୍ଗା ମର୍ଡର ତାତି । ଶୂନ୍ୟକାଳରେ ବିଜେପି-ବିଜେଡି ମୁହାଁମୁହିଁ । ଶୂନ୍ୟକାଳରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଜୟନାରାୟଣ ମିଶ୍ରଙ୍କୁ ଗିରଫ ଦାରି ପ୍ରସଙ୍ଗ ଉଠାଇ କହିଛନ୍ତି, ଆଇନ ବ୍ୟବସ୍ଥା ଶାସକ ଦଳ ପାଇଁ ଗୋଟିଏ ବିରୋଧୀଙ୍କ ପାଇଁ ଆଉ ଗୋଟିଏ । ମାହାଙ୍ଗା ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲା ହୋଇଥିଲେ ମଧ୍ୟ ସରକାର ତାଙ୍କୁ ଗିରଫ କରୁନାହାଁନ୍ତି । ରାବଣ ଓ କଂସ ଭଳି ଶାସନର ବି ଅବସାନ ହୋଇଥିଲା ଏ କଥା ସରକାର ଭୁଲିବା କଥା ନୁହେଁ ।

ମାହାଙ୍ଗା ମର୍ଡର କେସର ଏତଲାର 13 ନମ୍ବରରେ ମନ୍ତ୍ରୀଙ୍କ ନାଁର ରହିଛି । ସରକାର ତାଙ୍କୁ ସୁରକ୍ଷା ଦେବାକୁ ଯାଇ ପ୍ରମାଣ ନଷ୍ଟ କରି ଅଭିଯୁକ୍ତକୁ ହଟାଇ ଦେଲେ। ଏହି ସମସ୍ତ ଘଟଣାର ତଦନ୍ତ ହେବା ଦରକାର । ରାଜ୍ୟର ଏପରି ଆଇନ ବ୍ୟବସ୍ଥାରେ ସାଧାରଣ ଲୋକେ ଯେପରି ଭୟବିତ ନ ହୁଅନ୍ତି ଏଥିପ୍ରତି ଧ୍ୟାନ ଦେବାକୁ ବିରୋଧ ଦଳ ନେତା କହିଥିଲେ । ଏସପି ଜେନେରାଲ ସେକ୍ରେଟାରୀ ଭାବରାଜ କାର୍ଯ୍ୟ କରୁଛନ୍ତି । ଏନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଗୃହରେ ମାହାଙ୍ଗା ମର୍ଡର ତାତି; ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲେ ବିରୋଧୀ

ସେପଟେ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ମାହାଙ୍ଗା ମର୍ଡର ପ୍ରସଙ୍ଗରେ ଶୂନ୍ୟକାଳରେ ଉଠାଇ ଏହି ଘଟଣାରେ ଜଣେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଥିବା ଜଣାଇଥିଲେ । ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଚିନ୍ତା କରିବାକୁ ସେ ସରକାରଙ୍କୁ କହିଛନ୍ତି । ମାହାଙ୍ଗା ମର୍ଡର ନେଇ ନିଜେ ମନ୍ତ୍ରୀ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ତାଙ୍କ ନିର୍ଦ୍ଦୋଷତାର ପ୍ରମାଣ ଦିଅନ୍ତୁ ବୋଲି ନରସିଂହ କହିଛନ୍ତି । ସେହପରି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏତଲାର 13 ନମ୍ବର ଅଭିଯୁକ୍ତ ଭାବେ ମନ୍ତ୍ରୀ ନାଁ ରହିଛି ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଅନ୍ୟପଟେ, ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଯିଏ 22 ଦିନ ଜେଲରେ ରହିଥିଲେ, ଯାହା ନାଁରେ ଅନେକ ମାମଲା ରହିଛି ତାଙ୍କ ବିଷୟର ଗୃହରେ କାହିଁକି ଆଲୋଚନା ହେଉଛି । ପବିତ୍ର ଗୃହରେ ଅପବିତ୍ର ଲୋକଙ୍କ କଥା ନ ଉଠା ଯାଉଛି । 97 ମସିହାରେ ବିପିଏଲରେ ଥିବା ଲୋମ କେମିତି କୋଟିପତି ହେଲା । ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସେପଟେ ମୋହନ ମାଝୀ କହିଲେ ଯଦି ସାରଦା ପ୍ରଧାନ ନାମରେ ଅଭିଯୋଗ ଅଛି ତେବେ ତାଙ୍କୁ ସରକାର କାହିଁକି ଗିରଫ କରୁନାହାଁନ୍ତି । ଆଇନ ତା ବାଟରେ ଯାଉ । ମନ୍ତ୍ରୀ ପ୍ରତାପ ଜେନା ହୁଅନ୍ତୁ କି ସାରଦା ପ୍ରଧାନ କେହି ଆଇନରୁ ଊର୍ଦ୍ଧ୍ବରେ ନୁହଁନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 20, 2021, 8:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.