ETV Bharat / city

ମହାନଦୀ ଜଳ ବିବାଦ: କଂଗ୍ରେସ-ବିଜେଡି କାଦୁଅ ଫିଙ୍ଗାଫିଙ୍ଗି

author img

By

Published : Mar 12, 2022, 9:16 PM IST

ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ କଂଗ୍ରେସ ପୁଣି ଥରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଅଧିକ ପଢନ୍ତୁ

ମହାନଦୀ ଜଳ ବିବାଦ ପୁଣି ଥରେ କଂଗ୍ରେସ ବିଜେଡି ଆରୋପ ପ୍ରତ୍ୟାରୋପ

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ କଂଗ୍ରେସ ପୁଣି ଥରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି । ଆଜି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଓଡିଶା ସ୍ବାର୍ଥରେ ନାହାନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କଂଗ୍ରେସ ଛତିଶଗଡ ସରକାରଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେବ। ଆଲୋଚନା ମାଧ୍ୟମରେ ସମାଧାନ ରାସ୍ତା ବାହାରିବ।

ସେତେବେଳେ ଛତିଶଗଡରେ ବିଜେପି ସରକାର ଥିଲା କିନ୍ତୁ କେନ୍ଦ୍ର ସରକାର କିଛି କଲେ ନାହିଁ l ଏବେ କଂଗ୍ରେସ ସରକାର ଅଛି। ମୁଖ୍ୟମନ୍ତ୍ରୀ ଏ ବିଷୟରେ କାହିଁକି ଚୁପ ବସିଛନ୍ତି? ଆବଶ୍ୟକ ପଡିଲେ କଂଗ୍ରେସ ନିଶ୍ଚିତ ସ୍ବର ଉତ୍ତୋଳନ କରିବ ବୋଲି ସୁର କହିଛନ୍ତି ।

ସେହିପରି ବିଜେଡି ସାଂସଦ ଅମର ପଟ୍ଟନାୟକ ମଧ୍ୟ ମହାନଦୀ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ରଖିଛନ୍ତି । ଅମର କହିଛନ୍ତି ଓଡିଶା ସ୍ବାର୍ଥରେ ନାହାନ୍ତି ବିଜେପି ଓ କଂଗ୍ରେସ । ଛତିଶଗଡରେ ବିଜେପି ସରକାର ଥିଲା , ସେମାନେ କିଛି କଲେ ନାହିଁ l ଏବେ କଂଗ୍ରେସ ସରକାର ଅଛି l ସେମାନେ ବି କିଛି କରିନାହାନ୍ତି l ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ସବୁବେଳେ ଓଡିଶା ସ୍ବାର୍ଥ ପାଇଁ ଲଢିଛି ଆଉ ଲଢିବ ମଧ୍ୟ । ଜାତୀୟ ଦଳ କେବଳ ନିର୍ବାଚନ ସମୟରେ ଦେଖା ଦିଅନ୍ତି l

ମହାନଦୀ ମାମଲା ଏବେ ଟ୍ରିବ୍ୟୁନାଲରେ ରହିଛି l ବିଜେଡି ରାଜ୍ୟ ସ୍ବାର୍ଥ ପାଇଁ ଲଢ଼ୁଛି ଆଉ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.