ETV Bharat / city

ମହାନଦୀ ଜଳ ବିବାଦ ନେଇ ଦ୍ୱନ୍ଦ୍ୱ, ଜଳ ସମ୍ପଦ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ - Mahanadi water dispute issue

ମହାନଦୀ ଜଳ ବିବାଦକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ୱ । ଅଣମୌସୁମୀ ସମୟରେ ରାଜ୍ୟକୁ ମିଳୁଥିବା ଜଳ ନେଇ ଦ୍ଵନ୍ଦ୍ୱ ସୃଷ୍ଟି ହୋଇଛି । ଜଳ ସମ୍ପଦ ମନ୍ତ୍ରୀ ଏବଂ ଯନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ଵନ୍ଦ୍ୱରେ ପଡିଛନ୍ତି ରାଜ୍ୟବାସୀ । ଅଧିକ ପଢନ୍ତୁ

ମହାନଦୀ ଜଳ ବିବାଦକୁ ନେଇ ଦ୍ବନ୍ଦ, ଜଳ ସମ୍ପଦ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ

author img

By

Published : Apr 29, 2022, 9:33 PM IST

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ୱ । ଅଣମୌସୁମୀ ସମୟରେ ରାଜ୍ୟକୁ ମିଳୁଥିବା ଜଳ ନେଇ ଦ୍ଵନ୍ଦ୍ୱ ସୃଷ୍ଟି ହୋଇଛି । ଜଳ ସମ୍ପଦ ମନ୍ତ୍ରୀ ଏବଂ ଯନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ଵନ୍ଦ୍ୱରେ ପଡିଛନ୍ତି ରାଜ୍ୟବାସୀ । ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀରେ ଜଳ କମୁଥିବା ଗତକାଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ଆଜି ଯନ୍ତ୍ରୀ କହିଛନ୍ତି ରାଜ୍ୟକୁ ମିଳୁଛି ଆବଶ୍ୟକୀୟ ଜଳ । ହେଲେ ଗ୍ରାଉଣ୍ଡରେ ଅଭିଯୋଗ ହେଉଛି କି ମହାନଦୀରେ କମିଛି 30 ପ୍ରତିଶତ ଅଣମୌସୁମୀ ଜଳ ପ୍ରବାହ ।

ମହାନଦୀ ଜଳ ବିବାଦକୁ ନେଇ ଦ୍ବନ୍ଦ, ଜଳ ସମ୍ପଦ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ

କିଏ କହୁଛି ସତ ? ଜଳ ସମ୍ପଦ ମନ୍ତ୍ରୀ ନା ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ? ନା ସତ ପ୍ରମାଣିତ ହେଉଛି ଗ୍ରାଉଣ୍ଡ ଜିରୋ ରିପୋର୍ଟ ? କାହା ସହିତ କାହାର ତାଳମେଳ ନାହିଁ । ତେବେ ମହାନଦୀର ବାସ୍ତବ ସ୍ଥିତି କ’ଣ ? ଏନେଇ ଅନ୍ଧାରରେ ରାଜ୍ୟବାସୀ । ଅଣମୌସୁମି ସମୟରେ ମହାନଦୀରେ ଜଳ ପ୍ରବାହ କମିଛି ନା ସ୍ଥିର ଅଛି । ଗୋଟିଏ ପଟେ ବର୍ଷା ଋତୁରେ ମହାନଦୀ ବନ୍ୟାରେ ରାଜ୍ୟକୁ ବୁଡାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛୁ ବନ୍ୟା ବିଭୀଷିକା । ବିପୁଳ ପରିମାଣର କ୍ଷୟକ୍ଷତି ସହୁଛି ରାଜ୍ୟ । ଅଥଚ ଗ୍ରୀଷ୍ମରେ ମହାନଦୀର ଜଳ ଧାର ଶୁଖିଯାଉଛି । ଗ୍ରାଉଣ୍ଡ ରିପୋର୍ଟ କହୁଛି, ମହାନଦୀରେ କମିଛି 30 ପ୍ରତିଶତ ଅଣମୌସୁମୀ ଜଳ ପ୍ରବାହ । ପୂର୍ବ ବର୍ଷ ଏବଂ ଚଳିତ ବର୍ଷ ମହାନଦୀରେ ଜଳ ପ୍ରବାହ ଠିକଠାକ ଅଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି ।

ତେବେ ମହାନଦୀର ଜଳ ପ୍ରବାହ ହ୍ରାସ ନେଇ ଗତକାଲି ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ ଯେ, ଛତିଶଗଡ ବ୍ୟାରେଜ ଯୋଗୁଁ ମହାନଦୀର ତଳ ମୁଣ୍ଡରେ ଥିବା ଓଡିଶାରେ ଜଳ ପ୍ରବାହ କମିବାରେ ଲାଗିଛି । ଛତିଶଗଡ ତା କାର୍ଯ୍ୟ ଚଳେଇଛି, ଆମେ ଟ୍ରିବ୍ୟୁନାଲରେ ଅଛୁ । ଟ୍ରିବ୍ୟୁନାଲ ଯେପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ଆମେ କିଛି କରିପାରିବୁ ନାହିଁ । ବିଭାଗୀୟ ମନ୍ତ୍ରୀ ରଘୁନନ୍ଦନ ଦାସ ମହାନଦୀକୁ ନେଇ ସଠିକ ତଥ୍ୟ ଦେବା ବଦଳରେ ଟ୍ରିବ୍ୟୁନାଲ କଥା କହୁଛନ୍ତି । ମାତ୍ର 24 ଘଣ୍ଟା ଭିତରେ ବଦଳି ଯାଉଛି ସରକାରୀ ମତ । ବିଭାଗୀୟ ମନ୍ତ୍ରୀ ଓ ଯନ୍ତ୍ରୀଙ୍କ କଥାରେ ତାଳମେଳ ରହୁନାହିଁ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହୁଛନ୍ତି ମହାନଦୀରେ ଚଳିତ ବର୍ଷ ଓଡିଶା ଯେତିକ ଜଳ ପାଇବା କଥା ପାଇ ସାରିଛି ।

ହେଲେ ଯନ୍ତ୍ରୀଙ୍କ କଥା ସହ ଗ୍ରାଉଣ୍ଡ ରିପୋର୍ଟ ଓ ମନ୍ତ୍ରୀଙ୍କ କଥାର ରହୁନି ତାଳମେଳ ରହୁନଥିବାରୁ ସନ୍ଦେହ ସୃଷ୍ଟି ହେଉଛି । ସେପଟେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ଯନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.