ETV Bharat / city

ପରୀକ୍ଷା ଫି’ ଛାଡ଼ ପାଇଁ ଅନୁମତି ମାଗିଲା ମଦ୍ରାସା ବୋର୍ଡ

author img

By

Published : Apr 6, 2021, 7:02 PM IST

Updated : Apr 6, 2021, 9:52 PM IST

ମୌଲବୀ ପରୀକ୍ଷାର୍ଥୀଙ୍କ ଫି’ ଛାଡ଼ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ମାଗିଲା ମଦ୍ରାସା ବୋର୍ଡ । ଅଧିକ ପଢନ୍ତୁ....

ପରୀକ୍ଷା ଫି ଛାଡ଼ ପାଇଁ ଅନୁମାତି ମାଗିଲା ମଦ୍ରାସା ବୋର୍ଡ

ଭୁବନେଶ୍ବର: ମୌଲବୀ ପରୀକ୍ଷାର୍ଥୀଙ୍କ ଫି’ ଛାଡ଼ କରିବା ନେଇ ଅନୁମତି ମାଗିଲା ମଦ୍ରାସା ବୋର୍ଡ । ମଦ୍ରାସାଗୁଡିକର ମୌଲବୀ ପରୀକ୍ଷାର୍ଥୀଙ୍କ ପାଇଁ ଚଳିତ ବର୍ଷ ପରୀକ୍ଷା ଫି ଛାଡ଼ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଅନୁମତି ମଗାଯାଇଛି ।

ଓଡିଶା ମଦ୍ରାସା ବୋର୍ଡ଼ ପରିଚାଳିତ ମୌଲବୀ ପରୀକ୍ଷାରେ ଚଳିତ ବର୍ଷ 221 ଜଣ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଜଣେ ପରୀକ୍ଷାର୍ଥୀ ଏକ ହଜାର ଟଙ୍କା ଫି ଦାଖଲ କରିବେ । କୋଭିଡ ସମୟରେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଯେପରି ପରୀକ୍ଷା ଫି ଛାଡ଼ କରାଯାଇଛି ସେପରି ମୌଲବୀ ପରୀକ୍ଷାର୍ଥୀଙ୍କ ଛାଡ଼ କରିବାକୁ ମଦ୍ରାସା ବୋର୍ଡ଼ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ମାଗିଛି । କୋରୋନା କାଳରେ 221 ପରୀକ୍ଷାର୍ଥୀଙ୍କ ମୋଟ ଫି 2 ଲକ୍ଷ 21 ହଜାର ଟଙ୍କା ଛାଡ଼ କରିବାକୁ ଅନୁମତି ମାଗିଛି ମଦ୍ରାସା ବୋର୍ଡ଼ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 6, 2021, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.