ETV Bharat / city

ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ - ତାତିରୁ ମିଳିବ ତ୍ରାହି

ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦାନା ବାନ୍ଧୁଛି ବାତ୍ୟା ଆସାନୀ । ସ୍ଥିତି ବି ଅନୁକୂଳ ରହିଛି । ଯଦି ପ୍ରାକ ଆକଳନ ଠିକ ହୁଏ ତେବେ ଆସନ୍ତା ମେ' ୧୦ ତାରିଖ ବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଅଧିକ ପଢନ୍ତୁ

ତାତିରୁ ମିଳିବ ତ୍ରାହି
ତାତିରୁ ମିଳିବ ତ୍ରାହି
author img

By

Published : Apr 30, 2022, 9:47 PM IST

Updated : Apr 30, 2022, 9:55 PM IST

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦାନା ବାନ୍ଧୁଛି ବାତ୍ୟା ଆସାନି । ସ୍ଥିତି ବି ଅନୁକୂଳ ରହିଛି । ଯଦି ପ୍ରାକ ଆକଳନ ଠିକ ହୁଏ ତେବେ ଆସନ୍ତା ମେ' ୧୦ ତାରିଖ ବେଳକୁ ଆସିପାରେ ଆଉ ଏକ ଗ୍ରୀଷ୍ମକାଳୀନ ବାତ୍ୟା । ଏହି ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢାଇଛି ପ୍ରାକୃତିକ ଦୁର୍ବିପାକର ସହଜ ଠିକଣା ଓଡିଶା ପାଇଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା ମଡେଲ ।

ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖରେ ଆସନ୍ତା ୪ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ୬ ତାରିଖରେ ଏହା ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । ଆଇଏମଡିର ବିସ୍ତାରିତ ପୂର୍ବାନୁମାନ ଅନୁଯାୟୀ ସମ୍ଭାବ୍ୟ ଲଘୁଚାପ ଅବପାତ ରୂପ ନେଇ ଆସନ୍ତା ୧୦ ତାରିଖ ବେଳକୁ ବାତ୍ୟା ରୂପ ଧାରଣ କରିପାରେ। ଏହାର ବେଗ ଘଣ୍ଟା ପ୍ରତି ୭୫ ରୁ ୧୦୦ କିଲୋମିଟର ହୋଇପାରେ ବୋଲି ଅନୁମାନ କରାଯାଇଛି। ବାତ୍ୟାର ଗତି ଆନ୍ଧ୍ର-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି।

ତାତିରୁ ମିଳିବ ତ୍ରାହି: ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଉପକୂଳ ଓଡିଶାରେ ବାତ୍ୟାର ପ୍ରଭାବ ଅନୁଭୂତ ହୋଇପାରେ । ବିଶେଷ କରି କେନ୍ଦ୍ରାପଡା ପୁରୀ, ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ବର୍ତ୍ତମାନ ପାଣିପାଗ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି କରିଛି । ସମୁଦ୍ର ପୃଷ୍ଠ ତାପମାତ୍ରା ୩୧-୩୨ ଡିଗ୍ରୀ ରହୁଛି । ସମୁଦ୍ର ଜଳପତ୍ତନର ତାପମାତ୍ରା ୨୬ ଡିଗ୍ରୀରୁ ଅଧିକ ହେଲେ ବାତ୍ୟା ସୃଷ୍ଟି ହେବାକୁ ପାଗ ଅନୁକୂଳ ହୋଇଥାଏ । ସେହିପରି ସମୁଦ୍ର ଭିତରେ ତାପଜ ଶକ୍ତି ବି ଅନୁକୂଳ ସ୍ଥିତି ସୃଷ୍ଟି କରୁଛି ।

ତେଣୁ ବାତ୍ୟା ହେବା ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ବୈଜ୍ଞାନିକ । ତେବେ ସମ୍ଭାବ୍ୟ ବାତ୍ୟାର ରୂପରେଖ କିପରି ହେବ ଓ ଏହା କେଉଁ ଆଡକୁ ଗତି କରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି । ବାତ୍ୟା ଆସାନି ଓଡିଶା ପାଇଁ ଆଶଙ୍କା ବଢାଇଛି । ଏହି ପୂର୍ବାନୁମାନ ଚିତ୍ର ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡିଶାରେ ମାଡ ହେବା ସମ୍ଭାବନା ଅଧିକ ।

ଅନ୍ୟପଟେ ଆଗାମୀ 24 ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା କୌଣସି ବଡ ପରିବର୍ତ୍ତନ ହେବ ନାହିଁ । ଆଜି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, କେଉଁଝର, ଦେଓଗଡ, ଅନୁଗୁଳ,ଝାରସୁଗୁଡା,ସମ୍ବଲପୁର,ସୋନପୁର, ବୌଦ୍ଧ,ବରଗଡ,ବଲାଙ୍ଗୀର। ବଙ୍ଗୋପସାଗରର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୁର୍ଣ୍ଣବାୟୁ ପ୍ରଭାବରେ, ଆସନ୍ତା କାଲିଠାରୁ ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। କାଳବୈଶାଖୀ ପ୍ରଭାବରେ ୨ ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏଁ ଖସିବ ତାପମାତ୍ରା ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ।

ସୂଚନାଯୋଗ୍ୟ, ୨୦୧୯ ରେ ଓଡିଶାବାସୀ ପ୍ରଥମ ଥର ପାଇଁ ଗ୍ରୀଷ୍ମକାଳୀନ ବାତ୍ୟା ସାମ୍ନା କରିଥିଲେ । ୨୦୧୯ ମେ' ୩ରେ ଓଡିଶା ଉପକୂଳକୁ ଧ୍ବସ୍ତବିଧ୍ବସ୍ତ କରିଦେଇଥିଲା ପ୍ରଳୟଙ୍କାରୀ ଫନି । ୨୦୨୦ ମେ'ରେ ଅମ୍ପାନ, ୨୦୨୧ରେ ୟାସ ବାତ୍ୟା ଆସିଥିଲା । ୨୦୨୨ରେ ପୁଣି ଗ୍ରୀଷ୍ମକାଳୀନ ବାତ୍ୟା ଆଶଙ୍କା ଦେଖାଦେଲାଣି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 30, 2022, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.