ଭୁବନେଶ୍ବର: ପ୍ରେମ ସମ୍ପର୍କରେ ଫସିଲା ଚତୁର ପ୍ରେମିକ । ନାବାଳିକା ପ୍ରେମିକାକୁ ହାଇଦ୍ରାବାଦ ନେଇ ଯିବା ପ୍ରେମିକକୁ ପଡିଛି ମହଙ୍ଗା । ନାବାଳିକା ହାଇଦ୍ରାବାଦ ଯିବା ପରେ ପରିବାର ଲୋକେ ଥାନାରେ ଦେଇଥିଲେ ନିଖୋଜ ଏତଲା । ଏହି କ୍ରମରେ ଏତଲା ପାଇ ପ୍ରେମିକକୁ ଗିରଫ କରିଛି କମିଶନରେଟ ପୋଲିସ ।
ଘଟଣାକ୍ରମେ ଗତ 17 ତାରିଖରେ ଧଉଳି ଥାନା ଅଞ୍ଚଳରୁ ଯୁକ୍ତ ତିନିରେ ପଢୁଥିବା ନାବାଳିକା ପ୍ରେମିକାକୁ ନେଇ ହାଇଦ୍ରାବାଦ ଚାଲି ଯାଇଥିଲା ପ୍ରେମିକ ବିପିନ ମହାରଣା । ପରେ ଝିଅକୁ ନପାଇ ପରିବାର ଲୋକେ ଥାନାରେ ନିଖୋଜ ଏତଲା ଦେଇଥିଲେ । ଖବର ପାଇ କମିଶନରେଟ ପୋଲିସ ତଦନ୍ତ କରି ପ୍ରେମିକକୁ ଗିରଫ କରିବାରେ ସଫଳ ହୋଇଛି ।
ତେବେ ବିପିନର ଘର ଯାଜପୁରରେ ହୋଇଥିବାବେଳେ ସେ ହାଇଦ୍ରାବାଦର ଏକ କମ୍ପାନୀରେ କାମ କରେ। ଭୁବନେଶ୍ବରରେ ଲିଙ୍ଗିପୁରରେ ରହୁଥିବା ସମୟରେ ସେ ନାବାଳିକାକୁ ଭେଟିଥିଲା ଏବଂ ସେମାନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯେଉଁଥିପାଇଁ ସେ ନାବାଳିକାକୁ ନେଇ ହାଇଦ୍ରାବାଦରେ ରହିବା ଆରମ୍ଭ କରିଥିଲା । ହେଲେ ପ୍ରେମିକା ନାବାଳିକା ହୋଇଥିବାରୁ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଗିରଫ ହୋଇଛି ପ୍ରେମିକ ବିପିନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ