ETV Bharat / city

ସେପ୍ଟେମ୍ବର 1ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର - lingaraj temple to reopen

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର

author img

By

Published : Aug 18, 2021, 9:25 PM IST

Updated : Aug 18, 2021, 10:21 PM IST

21:22 August 18

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ବର: ସେପ୍ଟେମ୍ବର ୧ ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ପୁନଃ ଖୋଲିବ ବାବା ଲିଙ୍ଗରାଜଙ୍କ ମନ୍ଦିର । କୋରୋନାର ଦ୍ବିତୀୟ ଲହର ଯୋଗୁଁ ଲିଙ୍ଗରାଜ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । କୋଭିଡ କଟକଣା ମଧ୍ୟରେ କେବଳ ମନ୍ଦିରରେ ନିତିକାନ୍ତି ଜାରି ରହିଥିଲା । ତେବେ କୋଭିଡ କଟକଣା ମଧ୍ୟରେ ସେପ୍ଟେମ୍ବର ପହିଲାରୁ ମନ୍ଦର ଖୋଲିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ ।  

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ  ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ଏବଂ ସେବାୟତଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । କୋଭିଡ ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।  ମନ୍ଦିରର ଗର୍ଭଗୃହକୁ କୌଣସି ଶ୍ରଦ୍ଧାଳୁଙ୍କୁ ଛଡ଼ା ଯିବ ନାହିଁ  । ମନ୍ଦିର ପରିସର ମଧ୍ୟରେ ଶ୍ରଦ୍ଧାଳୁଙ୍କ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।  

ଏହାକୁ ନେଇ ଟ୍ରଷ୍ଟ ଏବଂ ସେବାୟତଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋରୋନାର ଦ୍ବିତୀୟ ଲହର ଯୋଗୁଁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଥିଲା । ବର୍ତ୍ତମାନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧିରେ ଧିରେ ଧର୍ମାନୁଷ୍ଠାନ ଖୋଲୁଛି ପ୍ରଶାସନ । ଏହି କ୍ରମରେ ଲିଙ୍ଗରାଜ ମନ୍ଦିର ମଧ୍ୟ ଖୋଲିବାକୁ ଯାଉଛି । ମନ୍ଦିର ଖୋଲିବା ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2021, 10:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.