ETV Bharat / city

ମା’ଙ୍କୁ ସିନ୍ଦୁର ପିନ୍ଧାଇ ବିଦାୟ ଦେଲେ ଶ୍ରଦ୍ଧାଳୁ - ବିଜୟା ଦଶମୀ ପୂଜାର୍ଚ୍ଚନା

ସୋମବାର ମା’ଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା ପରେ ଆଜି(ମଙ୍ଗଳବାର) ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନେ ଅଶ୍ରୁପୂର୍ଣ ଭାବେ ମାଙ୍କୁ ବିଦାୟ ଜଣାଇଛନ୍ତି। କଟକ ରୋଡ଼ ଅଞ୍ଚଳରେ ଥିବା ରିଫ୍ୟୁଜି କଲୋନୀ ପୂଜା ମଣ୍ଡପରେ ମଧ୍ୟ ଏହିଭଳି ଭାବପୂର୍ଣ ପରିବେଶ ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ମାଙ୍କୁ ସିନ୍ଦୁର ପିନ୍ଧାଇ ବିଦାୟ ଦେଲେ ଶ୍ରଦ୍ଧାଳୁ

author img

By

Published : Oct 27, 2020, 3:51 PM IST

Updated : Oct 27, 2020, 7:27 PM IST

ଭୁବନେଶ୍ବର: ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ । ସୋମବାର ମା’ଙ୍କ ବିଜୟା ଦଶମୀ ପୂଜାର୍ଚ୍ଚନା ପରେ ଆଜି(ମଙ୍ଗଳବାର) ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନେ ଅଶ୍ରୁପୂର୍ଣ ମାଙ୍କୁ ବିଦାୟ ଜଣାଇଛନ୍ତି।

କଟକ ରୋଡ଼ ଅଞ୍ଚଳରେ ଥିବା ରିଫ୍ୟୁଜି କଲୋନୀ ପୂଜା ମଣ୍ଡପରେ ମଧ୍ୟ ଏହିଭଳି ଭାବପୂର୍ଣ ପରିବେଶ ଦେଖିବାକୁ ମିଳିଛି। ସରକାରଙ୍କ କଟକଣା ମଧ୍ୟରେ ସବୁ ପୂଜାବିଧି ସରିବା ପରେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ମିତ ହୋଇଥିବା କୃତିମ ପୋଖରୀରେ ମାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ସମସ୍ତ ଆୟୋଜକଙ୍କୁ ନିର୍ଦେଶ ଦିଆଯାଇଛି।

ମାଙ୍କୁ ସିନ୍ଦୁର ପିନ୍ଧାଇ ବିଦାୟ ଦେଲେ ଶ୍ରଦ୍ଧାଳୁ

ଏହି ମଣ୍ଡପରେ ମାଙ୍କୁ ବିସର୍ଜନ କରିବାକୁ ନେବା ପୂର୍ବରୁ ସେମାନଙ୍କ ପରମ୍ପରା ଅନୁସାରେ ମହିଳାମାନେ ମାଙ୍କ ସହିତ ସିନ୍ଦୁର ଖେଳିବା ପରେ ତାଙ୍କୁ ବିଦାୟ ଦେଇଛନ୍ତି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଚଳିତ ବର୍ଷ ସାରା ବିଶ୍ବକୁ ଗ୍ରାସ କରିଥିବା କୋରୋନାକୁ ଦୂରେଇ ଦେବାକୁ ମାଙ୍କ ନିକଟରେ ପାର୍ଥନା କରିଛନ୍ତି।

ମାଙ୍କ ପୂଜାରେ ଯେପରି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଏ ଏଥର ସେପରି ନ ହେବାରୁ ପ୍ରତି ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ ରହିଛି। ତେଣୁ ମା ଏହି ରୋଗକୁ ପୃଥିବୀ ବକ୍ଷରୁ ନେଇ ବିଦାୟ ନିଅନ୍ତୁ ଓ ଆସନ୍ତା ବର୍ଷ ପୁଣି ଧୁମଧାମରେ ମାଙ୍କ ଉତ୍ସବ ପାଳନ ହେଉ ବୋଲି ବିନତି ଜଣାଇଛନ୍ତି ଶ୍ରଦ୍ଧାଳୁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Oct 27, 2020, 7:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.