ETV Bharat / city

ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, କେମିତି ଲୁଟୁଥିଲେ କମିସନର ଖୋଲିଲେ ରାଜ - ନିଶାଦିଆ ଲୁଟେରା ଗ୍ୟାଙ୍ଗ

ଟ୍ବିନ୍ ସିଟିରେ ନିଶା ଦିଆ ଲୁଟେରାଙ୍କ ରାଜୁତି । ରେଳ ଷ୍ଟେସନ ତ ଆଉ କେତେବେଳେ ବସଷ୍ଟାଣ୍ଡରେ ସବୁଠି ଲୁଟେରାଙ୍କ ରାଜ । ଅଧିକ ପଢନ୍ତୁ...

ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, କେମିତି ଲୁଟୁଥିଲେ କମିସନର ଖୋଲିଲେ ରାଜ

author img

By

Published : Mar 13, 2021, 1:12 PM IST

Updated : Mar 13, 2021, 1:44 PM IST

ଭୁବନେଶ୍ବର: ଟ୍ବିନ୍ ସିଟିରେ ନିଶା ଦିଆ ଲୁଟେରାଙ୍କ ରାଜୁତି । ପାନୀୟ କିମ୍ବା ଖାଦ୍ୟସାମଗ୍ରୀରେ ନିଶା ଔଷଧ ମିଶାଇ ଲୋକଙ୍କୁ ଖାଇବାକୁ ଦେଇ ଲୁଟ୍ କରୁଛନ୍ତି ଲୁଟେରା । ତେବେ ଏହି ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି କମିସନରେଟ ପୋଲିସ । ଏକ୍ଷେତ୍ରରେ ମୁଖ୍ୟ 3 ଅଭିଯୁକ୍ତକୁ ଗିରଫ କରିଛି ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ।

ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, କେମିତି ଲୁଟୁଥିଲେ କମିସନର ଖୋଲିଲେ ରାଜ

ଏହାସହ ନିଶା ଔଷଧ ବିକ୍ରି କରୁଥିବା ଜଣେ ଔଷଧ ଦୋକାନୀକୁ ମଧ୍ୟ ଗିରଫ କରାଯାଇଥିବା ବେଳେ 2 ଜଣ ଚୋରି ସାମଗ୍ରୀ କିଣିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କଠାରୁ 6ଟି ମୋବାଇଲ୍, 40 ଗ୍ରାମ ଓଜନର 3ଟି ସୁନା ଚେନ୍ ଓ 6ଟି ମୋବାଇଲ୍ ଜବତ କରାଯାଇଛି । ଅନ୍ୟପକ୍ଷେ Ativan 2mg ନାମକ ନିଶା ଔଷଧ ଦେଇ ଲୁଟ୍ କରୁଥିଲେ ଲୁଟେରା । ତେବେ ଏମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିପି କହିଛନ୍ତି ।

ତେବେ ଲୁଟ୍ ହୋଇଥିବା ଲୁଟେରା ହେଉଛନ୍ତି, ଗଞ୍ଜାମର ସିମାଚଳ ସୁବୁଦ୍ଧି, ନୟାଗଡର ସୁଶାନ୍ତ ରାଉତ, ଗଞ୍ଜାମର ବସନ୍ତ ସାହୁ । ସେହିପରି ମେଡିସିନ ଦୋକାନୀ ସଜୟ ମିଶ୍ରକୁ ଖୋର୍ଦ୍ଧାରୁ ଗିରଫ କରାଯାଇଛି । ଅନ୍ୟପକ୍ଷେ ଚୋରି ସାମଗ୍ରୀ କିଣିଥିବା ଦୁଇ ଗ୍ରାହକ ହେଲେ ଖୋର୍ଦ୍ଧାର ନାଲୁ ସାହୁ ଓ କାଳିଆ ନାୟକ । ଏହାସହ ଏପରି ଲୁଟେରାଙ୍କ ଠାରୁ ସତର୍କ ରହିବା ପାଇଁ ସିପି ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 13, 2021, 1:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.