ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟର 15ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଯୁବପିଢିଙ୍କୁ ଶିକ୍ଷାର ମହାନତା ଉପରେ ଶିକ୍ଷା ଦେଇଛନ୍ତି ।
ମେଡିକାଲ ହେଉ ବା ଅନ୍ୟ କ୍ଷେତ୍ର ଯୁବପିଢିଙ୍କ ଅବଦାନ ସର୍ବଦା ଅତୁଳନୀୟ । ସମାବର୍ତ୍ତନ ଉତ୍ସବରେ ବାଚସ୍ପତି ୧୩୨ ଜଣ ଛାତ୍ରଛାତ୍ରୀଙ୍କ ଗୋଲ୍ଡ ମେଡାଲ ପ୍ରଦାନ କରିଥିବାବେଳେ ଭବିଷ୍ୟତରେ ଏମାନେ ଦେଶ ପାଇଁ ଗୌରବ ଆଣିବେ ବୋଲି କହିଛନ୍ତି । ଏଥିସହିତ ନୂତନ ଟେକ୍ନୋଲୋଜିର ବ୍ୟବହାର କରି ଯୁବପିଢିମାନେ ଆଗକୁ ବଢ଼ିପାରିବେ ।
ଏହି ସମାବର୍ତ୍ତନ ଉତ୍ସବରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, କିଟ୍ର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ