ETV Bharat / city

ଲୋକାୟୁକ୍ତ: ସାଧାରଣ ଲୋକଙ୍କ ନ୍ୟାୟଦାତା, ଦୁର୍ନୀତିର ସଂହାରକର୍ତ୍ତା - ଲୋକାୟୁକ୍ତଙ୍କ ପ୍ରଭାବ

ଲୋକୟୁକ୍ତ ଗଠନକୁ ପୂରିଛି 6 ମାସ। ଏହାରି ଭିତରେ ଅନେକ ବଡ଼ ବଡ଼ ମାମଲା ଶୁଣାଣି କରି ନିରାଶ୍ରୟଙ୍କୁ ମିଳିଛି ନ୍ୟାୟ । କେବଳ ସେତିକି ନୁହେଁ ବଡ଼ ବଡ଼ ଦାଗୀ ଅଧିକାରୀଙ୍କୁ ବି କାଠଗଡରେ ଛିଡା କରାଇଛନ୍ତି ଲୋକାୟୁକ୍ତ । ଅଧିକ ପଢନ୍ତୁ...

lokayukta, success of lokayukta, bhubaneswar latest news, effect of lokayukta, justice and lokayukta, ଲୋକାୟୁକ୍ତ, ଲୋକାୟୁକ୍ତଙ୍କ ସଫଳତା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଲୋକାୟୁକ୍ତଙ୍କ ପ୍ରଭାବ, ଲୋକାୟୁକ୍ତ ଓ ନ୍ୟାୟ
ଲୋକାୟୁକ୍ତ: ସାଧାରଣ ଲୋକଙ୍କ ନ୍ୟାୟଦାତା, ଦୁର୍ନୀତିର ସଂହାରକର୍ତ୍ତା
author img

By

Published : Aug 18, 2020, 2:27 PM IST

ଭୁବନେଶ୍ବର/ଯାଜପୁର: ଲୋକୟୁକ୍ତ ଗଠନକୁ ପୂରିଛି 6 ମାସ। ଏହାରି ଭିତରେ ଅନେକ ବଡ଼ ବଡ଼ ମାମଲା ଶୁଣାଣି କରି ନିରାଶ୍ରୟଙ୍କୁ ମିଳିଛି ନ୍ୟାୟ । କେବଳ ସେତିକି ନୁହେଁ ବଡ଼ ବଡ଼ ଦାଗୀ ଅଧିକାରୀଙ୍କୁ ବି କାଠଗଡରେ ଛିଡା କରାଇଛନ୍ତି ଲୋକାୟୁକ୍ତ । ଲୋକଙ୍କ ଆସ୍ଥା ଭାଜନ ହେବ ସହିତ ନ୍ୟାୟ ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି ଲୋକୟୁକ୍ତ । 2019 ଏପ୍ରିଲ ପହିଲାରୁ ରାଜ୍ୟରେ ପ୍ରଥମ ଲୋକାଯୁକ୍ତ ଭାବରେ ଦାୟିତ୍ବ ନେଲେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି । ଲୋକାୟୁକ୍ତ ଗଠନ ହେବା ଦିନଠାରୁ ଅନେକ ମାମଲା ପ୍ରତିଦିନ ଆସୁଛି। ସଫଳତା ବି ମିଳିଛି।

ଲୋକାୟୁକ୍ତ: ସାଧାରଣ ଲୋକଙ୍କ ନ୍ୟାୟଦାତା, ଦୁର୍ନୀତିର ସଂହାରକର୍ତ୍ତା

ଏପ୍ରିଲରୁ ଗତ ଫେବୃଆରୀ ମଧ୍ୟରେ ମୋଟ 1526ଟି ମାମଲା ଆନୁଷ୍ଠାନିକ ଭାବରେ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ଲୋକାୟୁକ୍ତ। ଏଥିରୁ 820ଟି ମାମଲାର ଶୁଣାଣି ଶେଷ ହୋଇଛି। ପୂର୍ବରୁ ଲୋକପାଳଙ୍କ ନିକଟରେ ଥିବା 118ଟି ମାମଲା ଲୋକୟୁକ୍ତଙ୍କ ପାଖକୁ ଆସିଛି। ଏଥିରୁ 111ଟି ମାମଲାରେ ଶୁଣାଣି ସରିଛି । 7 ମାମଲା ପଡି ରହିଛି। ତେବେ ଏହାରି ଭିତରେ ଅନେକ ହାଇପ୍ରୋଫାଇଲ ମାମଲା ଶୁଣାଣି କରି ବେଶ ଚର୍ଚ୍ଚାକୁ ଆସିଛନ୍ତି ଲୋକାୟୁକ୍ତ।

ଏ ହେଉଛନ୍ତି ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ କପିଳେଶ୍ବର ପଞ୍ଚାୟତର ଅଭିମନ୍ୟୁ ବାରିକ। ଫନି ବାତ୍ୟାରେ ଘର ଭାଙ୍ଗି ଯିବା ପରେ ଏବେ ପାଲ ତଳେ ବିତୁଛି ଜୀବନ। ସ୍ଥାନୀୟ ବିଧାୟକ, ମନ୍ତ୍ରୀ, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ସମସ୍ତଙ୍କୁ ଗୁହାରି କଲେ ବି ମିଳିଲା ନାହିଁ ଫନି ଘର ଖଣ୍ଡେ । ଶେଷରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କଲେ । ଏହାକୁ ଗମ୍ଭୀରତାର ସହିତ ନେଲେ ଲୋକାୟୁକ୍ତ। ଏକ ଟିମ ପଠାଇ ବାସ୍ତବ ସ୍ଥିତି ଯାଞ୍ଚ କଲେ ସେ । ଏହାପରେ ଅଭିମନ୍ୟୁଙ୍କୁ ଘର ମିଳିବା ଆଶା ବଢି ଯାଇଛି । କେବଳ ଅଭିମନ୍ୟୁ ନୁହନ୍ତି ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ ଭଳି ବ୍ଲକରେ ଏହି ସ୍ଥିତି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ସବୁଆଡେ ନିରାଶ ହେବା ପରେ ଲୋକାୟୁକ୍ତ ନୂଆ ଆଶା ଦେଖାଇଛନ୍ତି ।

  1. ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଅର୍ଥ ଅନିୟମିତତା ଘଟଣାର ତଦନ୍ତ କରି ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ନୋଟିସ କରିଛନ୍ତି ଲୋକୟୁକ୍ତ । ବିଷ୍ଣୁପଦ ବେଆଇନ ନିଯୁକ୍ତି ଦେବା, ମନଇଚ୍ଛା ଟଙ୍କା ଉଠାଇବା ଅଭିଯୋଗ ହୋଇଥିଲା । ସେ ମଧ୍ୟ ଏହାର ଜବାବ ଦେଇଛନ୍ତି । ମାମଲାର ଶୁଣାଣି ଚାଲିଛି ।
  2. କୋଭିଡ-19ରେ ପିପିଇ କିଟ, ମାସ୍କ କିଣା ଦୁର୍ନୀତି ମଧ୍ୟ ଲୋକପାଳଙ୍କ ପାଖରେ ରହିଛି। ଏନେଇ ଶୁଣାଣି ଚାଲିଛି। ସେତେବେଳେ ପ୍ରୋକ୍ୟୁର୍ମେଣ୍ଟ କମିଟି ମୁଖ୍ୟ ଥିବା ହେମନ୍ତ ଶର୍ମାଙ୍କୁ ନୋଟିସ କରିଛନ୍ତି ଲୋକଯୁକ୍ତ। ତେବେ ସେ ହାଜର ହୋଇ ନାହାନ୍ତି। ପରବର୍ତ୍ତୀ ଶୁଣାଣୀକୁ ଅପେକ୍ଷା ରହିଛି।
  3. ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କରେ ପ୍ରାୟ 500 କୋଟି ଟଙ୍କାର ଦୁର୍ନୀତି ମାମଲା ବି ଲୋକଯୁକ୍ତଙ୍କ ହାତରେ ପଡ଼ିଛି। ଏହାର ତଦନ୍ତ ଭିଜିଲାନ୍ସ କରୁଛି। ତେବେ ସବିଶେଷ ରିପୋର୍ଟ ଦେବାକୁ ଭିଜିଲାନ୍ସକୁ କୁହାଯାଇଛି। ଏହି ଘୋଟାଲା ରାଜ୍ୟର ସବୁଠାରୁ ବଡ଼ ବୋଲି କୁହାଯାଇଛି ।
  4. ଫନି ଘର ଭଙ୍ଗା ସହାୟତା ଓ ପକ୍କା ଘର ପ୍ରଦାନ କ୍ଷେତ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାର ବି ତଦନ୍ତ ଭାର ହାତକୁ ନେଇଛନ୍ତି ଲୋକାୟୁକ୍ତ।

ଏ ତ ଥିଲା ମାମଲା କଥା । କିଛି ନେତା ଓ ବାବୁ ବି ଲୋକାୟୁକ୍ତ ଜାଲରେ ପଡିଛନ୍ତି । ନିଆଳି ଅଞ୍ଚଳର ସରପଞ୍ଚ, ଚୌଦ୍ବାର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ, ଯାଜପୁର ଜିଲ୍ଲାର 8 ଜଣ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଲୋକାୟୁକ୍ତ।

ଅନେକ ତୁମ୍ବି ତୋଫାନ ପରେ ସରକାର ଲୋକାୟୁକ୍ତ ଗଠନ କରିଥିଲେ। ଦୁର୍ନୀତି ବିରୋଧରେ ଏହା ପ୍ରମୁଖ ଅସ୍ତ୍ର ହୋଇଛି। ସବୁଆଡୁ ନିରାଶ ହେବା ପରେ ଏଠାକୁ ଆସି ଅନେକ ନ୍ୟାୟ ମଧ୍ୟ ପାଇଥିବା ନଜିର ରହିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା/ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.