ETV Bharat / city

ଫେରିଲା ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା, କ୍ରାଇମ ବ୍ରାଞ୍ଚକୁ ନୋଟିସ

ଗଙ୍ଗାପାଟଣା ଜମି ଦୂର୍ନୀତିକୁ ନେଇ 2014 ମସିହାରେ ରାଜ୍ୟରେ ବିସ୍ଫୋରକ ରାଜନୈତିକ ଝଡ ସୃଷ୍ଟି କରିଥିଲା । ଏବେ ମାମଲାରେ ଲୋକାୟୁକ୍ତ ହସ୍ତକ୍ଷେପ କରିଛନ୍ତି ।

author img

By

Published : Sep 21, 2019, 10:34 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା । ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ ଜାରି କରିଛନ୍ତି ଓଡିଶା ଲୋକାୟୁକ୍ତ । ଆସନ୍ତା ମାସ ୧୭ ସୁଦ୍ଧା ଗଙ୍ଗାପାଟଣା ଜାମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ମାସ ୨୧ ତାରିଖରେ ହେବ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

୨୦୧୪ରେ ରାଜ୍ୟ ରାଜନୀତିକୁ ଏହି ପ୍ରସଙ୍ଗ ଦୋହଲାଇ ଦେଇଥିଲା । ବହୁ ରାଜନେତା ଓ ଅଫିସର ଗଙ୍ଗାପାଟଣାରେ ସରକାରୀ ଜମିକୁ ଜବରଦଖଲରେ ରଖିଥିବାର ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ନୋଟିସ ଜାରି କରିଛନ୍ତି ଲୋକାୟୁକ୍ତ । ଏଥିସହ ସୂଚନା ଅଧିକାର ଆଇନ ବଳରେ ଗଙ୍ଗାପାଟଣା ଜମିର ତଥ୍ୟ ପାଇବାରେ ବିଫଳ ହେବା ପରେ ପ୍ରଦୀପ ଲୋକାୟୁକ୍ତଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସେହିପରି ଗତ ୫ ବର୍ଷ ଧରି ଗଙ୍ଗାପାଟଣା ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜକୁ କ୍ରାଇମବ୍ରାଞ୍ଚ ଜବତ କରି ରଖିଥିଲା । ଫଳରେ ଏହାକୁ ଫେରସ୍ତ ନକରିବାରୁ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ଦେବାକୁ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟରେ ଆବେଦନ ହୋଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବହୁ ଚର୍ଚ୍ଚିତ ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା, କ୍ରାଇମବ୍ରାଞ୍ଚ କୁ ରିପୋର୍ଟ ମାଗିଲେ ଲୋକାଯୁକ୍ତ।

ବହୁ ଚର୍ଚ୍ଚିତ ଗଙ୍ଗାପାଟଣା ଜମି ଦୁର୍ନୀତି ମାମଲା। ଏହି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ କୁ ନୋଟିସ ଜାରି କରିଛି ଓଡିଶା ଲୋକାଯୁକ୍ତ। ଆସନ୍ତା ମାସ ୧୭ ସୁଧା ଗଙ୍ଗାପାଟଣା ଜାମି ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସେନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ଏହାର ଶୁଣାଣି ଆସନ୍ତା ମାସ ୨୧ ତାରିଖରେ କରାଯିବ।

Body:
ବହୁ ରାଜନେତା ଓ ଅଫିସର ଗଙ୍ଗାପାଟଣାରେ ସରକାରୀ ଜମିକୁ ଜବରଦଖଲରେ ରଖିଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ୨୦୧୪ ରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ସୂଚନା ଅନୁଯାୟୀ, ସୂଚନକର୍ମୀ ପ୍ରଦୀପ ପ୍ରଧାନ ଙ୍କ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏହି ନୋଟିସ ଜାରି କରିଛନ୍ତି । ଏଥିସହ ସୂଚନା ଅଧିକାର ଆଇନ ବଳରେ ଗଙ୍ଗାପାଟଣା ଜମି ପାଇବାରେ ବିଫଳ ହେବା ପରେ ପ୍ରଦୀପ ଲୋକାଯୁକ୍ତ ଙ୍କ ଦ୍ୱାରାସ୍ତ ହୋଇଛନ୍ତି। ସେହିପରି ଗତ ୫ ବର୍ଷ ଧରି ଗଙ୍ଗାପାଟଣା ଜମି ସମ୍ପର୍କିତ ସମସ୍ତ ଦସ୍ତାବିଜ କୁ କ୍ରାଇମବ୍ରାଞ୍ଚ ଜବତ କରି ରଖିଥିଲା। ଫଳରେ ଏହାକୁ ଫେରସ୍ତ ନକରିବାରୁ ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ଦେବାକୁ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ବିଫଳ ହୋଇଥିଲା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.