କୋରୋନା ପାଇଁ ଦେଶବ୍ୟାପୀ ସଂପୂର୍ଣ୍ଣ ଲକ ଡାଉନ କରାଯାଇଛି । ଏପରି ସ୍ଥିତିରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ଓଡିଶା ସରକାର ନୋଡାଲ ଅଧିକାରୀ ନିଯୁକ୍ତ କରିଛନ୍ତି । ସରକାର 9 ଜଣ ଆଇଏଏସଙ୍କୁ ନିଯୁକ୍ତ କରିଥିବା ବେଳେ ଜଣେ ଆଇପିଏସଙ୍କୁ ନିଯୁକ୍ତି ଦେଇଛନ୍ତି । 9 ଜଣ ଆଇଏଏସ 9 ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କ ସମସ୍ୟା ସମାଧାନ କରିବେ । ସେହିପରି ଆଇପିଏସ ଜଣଙ୍କ ବାକି ରହିଥିବା ଅନ୍ୟ ରାଜ୍ୟ ଗୁଡିକର ସମସ୍ୟା ଦୂର କରିବାକୁ ଚେଷ୍ଟା କରିବେ ।
ପ୍ରବାସୀ ଓଡିଆଙ୍କ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କଲେ ରାଜ୍ୟ ସରକାର - ଓଡିଶାରେ ଲକଡାଉନ

17:56 March 29
ପ୍ରବାସୀ ଓଡିଆଙ୍କ ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କଲେ ରାଜ୍ୟ ସରକାର
17:55 March 29
ଲକଡାଉନରେ ପୋଲିସଙ୍କ 8 ଘଣ୍ଟିଆ ଡ୍ୟୁଟି, ସପ୍ତାହକୁ ଗୋଟିଏ ଦିନ ବିଶ୍ରାମ
ଓଡିଶାରେ ଲକଡାଉନ ସମୟରେ ପୋଲିସ କର୍ମଚାରୀ ମାନେ 8 ଘଣ୍ଟିଆ ଡ୍ୟୁଟି କରିବେ । ଏହା ସହିତ ସପ୍ତାହକୁ ଗୋଟିଏ ଦିନ ବିଶ୍ରାମ ନେବେ କର୍ମଚାରୀ । ଦୀର୍ଘଦିନ ଧରି କୋରୋନା କଟକଣା ରହିବାକୁ ଥିବା ବେଳେ ଡିଜିପି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
16:45 March 29
ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ପାଇଁ ଗଡିବ ପାର୍ସଲ ଟ୍ରେନ, ଇଷ୍ଟକୋଷ୍ଟ ରେଲୱେର ସୂଚନା
ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ପରିବହନ ପାଇଁ ପାର୍ସଲ ଟ୍ରେନ ଚଳାଚଳ କରିବ । ଏନେଇ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଲକ ଡାଉନ ବଳବତ୍ତର ରହିଥିବାରୁ ସମସ୍ତ ପ୍ରକାର ରେଳ ଚଳାଚଳକୁ ବନ୍ଦ କରାଯାଇଛି ।
16:43 March 29
ଓଡିଶା ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କୋରୋନା ଭୟରେ ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ରାଜ୍ୟର ସୀମାରେ ଅଟକ ରଖିବା ସହ ସେଠାକାର ଜିଲ୍ଲାପାଳ ଓ ଏସପିଙ୍କୁ ଲୋକଙ୍କ ରହିବା ମୌଳିକ ସୁବିଧା ତଥା ଚିକିତ୍ସା ସୁବିଧା ଆଦି ତ୍ବରାନ୍ବିତ କରିବା ପାଇଁ ହାଇକୋର୍ଟ କହିଛନ୍ତି ।
10:21 March 29
ଲକ ଡାଉନ ପାଇଁ ରାଜ୍ୟର ପ୍ରତ୍ୟେକ ଗାଁରେ ମିଳିବ ରନ୍ଧାଖାଦ୍ୟ
ଦେଶରେ ଜାରି ରହିଛି କୋରୋନା ଲକଡାଉନ । ଓଡିଶାରେ ସମସ୍ତ ଦୋକାନବଜାର ବନ୍ଦ । ଲକଡାଉନ ଯୋଗୁଁ ରାଜ୍ୟର ପ୍ରତ୍ୟେକ ଗାଁରେ ମିଳିବ ରନ୍ଧାଖାଦ୍ୟ । ଗରିବ ଓ ନିରାଶ୍ରୟଙ୍କୁ ମାଗଣା ଯୋଗାଣ । ମୁଣ୍ଡପିଛା ଦୈନିକ ୩୦ ଟଙ୍କା ଖର୍ଚ୍ଚ କରିବେ ସରକାର ।
08:02 March 29

କୋରୋନାକୁ ନେଇ ଦେଶବ୍ୟାପୀ ଲକଡାଉନ ଜାରି । ଓଡିଶାରେ ବି ଲକାଡାଉନର ପ୍ରଭାବ ଦେଖିବାକୁ ମିଳୁଛି । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସମସ୍ତ ଦୋକାନବଜାର ଗାଡିମଟର ଚଳାଚଳ ବନ୍ଦ ରହିଛି । ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ସହର ଓ ଜିଲ୍ଲାର ରାସ୍ତାଘାଟ ରହିଛି ଶୂନଶାନ । କୋରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।