ETV Bharat / city

17 ଜିଲ୍ଲାରେ ଲକଡ଼ାଉନ ଆଂଶିକ କୋହଳ, ସପ୍ତାହାନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି

author img

By

Published : Jun 16, 2021, 1:57 PM IST

Updated : Jun 16, 2021, 3:36 PM IST

ରାଜ୍ୟରେ କୋହଳ ହେଲା କଟକଣା । ଆଂଶିକ କଟକଣା ସହ ରାଜ୍ୟରେ ଜୁଲାଇ 1କୁ ବଢିଲା ଲକଡାଉନ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଗାଇଡ ଲାଇନ ଜାରି କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

କଟକଣା କୋହଳ ସହ ଜୁଲାଇ 1 କୁ ବଢିଲା ଲକଡାଉନ
କଟକଣା କୋହଳ ସହ ଜୁଲାଇ 1 କୁ ବଢିଲା ଲକଡାଉନ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ସହିତ ସରକାର ଲକଡାଉନ୍‍ କଟକଣାକୁ ଆଂଶିକ କୋହଳ କରିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେହି ଅନୁସାରେ ଆସନ୍ତା ଜୁଲାଇ ପହିଲା ପର୍ଯ୍ୟନ୍ତ କଟକଣାରେ କୋହଳ କରାଯାଇଛି । ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଲକଡ଼ାଉନ ଆଂଶିକ କୋହଳ, ସପ୍ତାହାନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ଜାରି

ସଂକ୍ରମଣ କମ୍‍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଛି । ଅଧିକ ସଂକ୍ରମଣ ଥିବା ଉପକୂଳର ୧୩ ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି । ‘ଏ’ ବର୍ଗରେ ଥିବା ଜିଲ୍ଲାରେ ଲୋକଙ୍କ ପାଇଁ ସକାଳ ୬ ରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଅନୁମତି ଦିଆଯାଇଛି । ‘ବି’ ବର୍ଗ ଜିଲ୍ଲାରେ ଏହା ସକାଳ ୬ ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା ମୁକ୍ତ ହୋଇଥିବା 'ଏ' ବର୍ଗର ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ।

ସକାଳ ୬ ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କଟକଣା କୋହଳ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର । ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଇଁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ଅନୁମତି ଥିଲା । ରାଜ୍ୟର ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ପୂର୍ବବତ ଜାରି ରହିବ । ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଦୋକାନ ଖୋଲିବା ସହିତ ସେଠାରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ କୋଭିଡ ମାର୍ଗଦର୍ଶିକା ଦୃଢ ଭାବେ ପାଳନ କରିବେ । ସେଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କଟକଣା ନମାନିଲେ ଅନୁଷ୍ଠାନକୁ ସିଲ୍‍ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।ସମଗ୍ର ରାଜ୍ୟରେ ମିଠା ଦୋକାନଗୁଡିକୁ ଖୋଲିବାପାଇଁ ଅନୁମତି ମିଳିଛି । ତେବେ ସେହିସବୁ ଦୋକାନରୁ କେବଳ ପାର୍ସଲ ନିଆଯାଇ ପାରିବ । ସେହିଭଳି ଲୋକଙ୍କ ମର୍ଣ୍ଣିଂ ୱାକ୍‍ ଓ ଜଗିଙ୍ଗ ପାଇଁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି ।

ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସେହି ଦୁଇ ରାଜ୍ୟର ସୀମାକୁ କଟକଣା ମୁକ୍ତ କରାଯାଇଛି । ସେଠାରେ ଏବେ ଆଉ ଯିବା ଆସିବାରେ କୌଣସି କଟକଣା ନାହିଁ । ତେବେ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ କୋରୋନା ସଂକ୍ରମଣ ଅଧିକ ରହିଥିବାରୁ ସେହି ରାଜ୍ୟକୁ ଲାଗିଥିବା ସୀମାକୁ ସିଲ୍‍ ବଳବତ୍ତର ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ କଟକଣାମୁକ୍ତ କରିଛନ୍ତି ସରକାର । ତେବେ ବସ୍‍ ପରିବହନ ବ୍ୟବସ୍ଥା ଉପରେ ପୂର୍ବପରି କଟକଣା ଜାରି ରହିଛି ।

ସେହିଭଳି ସଭା, ସମିତି, ଯାତ୍ରା ଓ ଆଉଟଡୋର ସୁଟିଂ ଉପରେ ପୂର୍ବଭଳି କଟକଣା ଜାରି ରହିଛି । ସେହିପରି ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ବନ୍ଦ ରହିବ । ବିବାହ, ଶୁଦ୍ଧିଘର ଓ ବ୍ରତଘର ପାଇଁ କଟକଣା । ଗତବର୍ଷ ବର୍ଷାଋତୁରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଚଳିତବର୍ଷ ଏହି ସମୟରେ ସମସ୍ତେ କୋଭିଡ କଟକଣା ପୂର୍ଣ୍ଣ ରଖିଛନ୍ତି ସରକାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Jun 16, 2021, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.