ETV Bharat / city

କୋରୋନାକୁ ଚେକ୍ ଦେବାକୁ ମେଗା ପ୍ଲାନ, ରାଜ୍ୟର 4 ଜିଲ୍ଲାରେ 14 ଦିନିଆ ଲକଡାଉନ

author img

By

Published : Jul 16, 2020, 10:17 PM IST

Updated : Jul 16, 2020, 10:27 PM IST

ଶୁକ୍ରବାର ଠାରୁ 4 ଟି ଜିଲ୍ଲା ଓ ରାଉରକେଲା ମ୍ୟୁନସିପାଲଟିରେ 14 ଦିନିଆ ଲକଡାଉନ । ଶୁକ୍ରବାର ରାତି 9 ଟା ରୁ 31 ତାରିଖ ଯାଏଁ ଲାକଡାଉନ । ଅଧିକ ପଢନ୍ତୁ...

ରାଜ୍ୟର 4 ଜିଲ୍ଲାରେ 14 ଦିନିଆ ଲକଡାଉନ
ରାଜ୍ୟର 4 ଜିଲ୍ଲାରେ 14 ଦିନିଆ ଲକଡାଉନ

ଭୁବନେଶ୍ବର: ଶୁକ୍ରବାରଠୁ 4 ଟି ଜିଲ୍ଲା ଓ ରାଉରକେଲା ମ୍ୟୁନସିପାଲଟିରେ ଲକଡାଉନ । ଶୁକ୍ରବାର ରାତି 9ଟାରୁ 31 ତାରିଖ ଯାଏଁ ଲାକଡାଉନ । 14 ଦିନ ପାଇଁ ଲାକଡାଉନ କରିବାକୁ ସରକାରଙ୍କ ଘୋଷଣା । ଦିନକୁ ଦିନ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ କମାଇବା ପାଇଁ ରାଜ୍ୟ ସରକାରଙ୍କର ନୂଆ ଘୋଷଣା । 4 ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଂଜାମ ଓ ଯାଜପୁର ସହିତ ରାଉରକେଲା ପୌରାଞ୍ଚଳ ଲାକଡାଉନ ରହିବ । ଦୋକାନ ବଜାର, କେନ୍ଦ୍ର ସରକାରଙ୍କ ଅଫିସ, ରାଜ୍ୟ ସରକାରଙ୍କର ଅଫିସ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀକାଳୀନ ସେବା ଖୋଲା ରହିବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରେସ୍ ମିଟ ଜାରିଆରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟର 4 ଜିଲ୍ଲାରେ 14 ଦିନିଆ ଲକଡାଉନ

ଲକଡାଉନ ସମୟରେ ଦୋକାନ ବଜାରରେ ଭିଡ଼ ଜମାନ୍ତୁ ନାହିଁ । ସକାଳ 6 ଠାରୁ ମଧ୍ୟାହ୍ନ 1 ପର୍ଯ୍ୟନ୍ତ ଗ୍ରୋସୋରି, ପରିବା ଦୋକାନ ଓ କ୍ଷୀର ଦୋକାନ ଖୋଲା ରହିବ। ଦୋକାନ ବଜାରରେ ଭିଡ଼ ନ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ମେଡିସିମ ଦୋକାନ ରାତି ଦିନ ଖୋଲା ରହିବ । କେତେକ ନିର୍ଦ୍ଧିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟ ଅଫିସ ସମ୍ପୂର୍ଣ୍ଣ ବନ୍ଦ ରହିବ। ଯେଉଁ ଅଫିସ ଖୋଲା ରହୁଛି ଯଥା ସମ୍ଭବ କମ କର୍ମଚାରୀରେ ଚଳାଇବାକୁ ନିର୍ଦେଶ ଦେଇଛନ୍ତି ।

ଅତ୍ୟାବଶ୍ୟକୀୟ ସେବା ଯୋଗାଇବା ଲାଗି ସେମାଙ୍କର ପରିଚୟ ପତ୍ର ଯାଞ୍ଚ କରିବ ପୋଲିସ । ତେଣୁ ନିଜର ପରିଚୟ ପତ୍ର ଧରିକି ବାହାରକୁ ଆସିବା ସହ ଘରୁ ବାହାରିଲେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ମାନିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏହି ଲକଡାଉନ ସମୟରେ ଟେଷ୍ଟ କରାଯିବ। ଏହି ସମୟରେ ସରକାରଙ୍କର ସମସ୍ତ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ । ଜାତୀୟ ରାଜପଥରେ ବାହାର ରାଜ୍ୟରୁ ଆସୁଥିବା ଗାଡି କେବଳ ଛଡ଼ାଯିବା । ଘରୋଇ ଗାଡି ଛାଡିଯିବା ନାହିଁ। ଶନିବାର ଠାରୁ ସାଧାରଣତଃ ଏହି ନିୟମ ଲାଗୁ କରାଯିବ। ଯେଉଁ ମାନେ ପରିବା ଗ୍ରୋସୋରି ବିକୁଛନ୍ତି 6 ଟାରୁ 1 ପର୍ଯ୍ୟନ୍ତ ଖୋଲା ରହିବ। ହୋମ ଡେଲିଭରି ପୂର୍ବ ଭଳି ଚାଲିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ସମୟ ଭିତରେ ଜିଲ୍ଲା ମାନଙ୍କ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ । ଏହି 4 ଟି ଜିଲ୍ଲାରୁ ଆସିବା ପାଇଁ ମନା ରହିଛି । ଭୁବନେଶ୍ୱର ଭିତରକୁ ବିନା କାରଣରେ ଛଡ଼ା ଯିବ ନାହିଁ। କଟକକୁ ମଧ୍ୟ ବାହାର ଲୋକଙ୍କୁ ପ୍ରବେଶ କରାଯିବ ନାହିଁ। ଯେଉଁ ମାନେ ଏହି ଲକଡାଉନକୁ ପାଳନ ନ କରିବେ ସେମାନଙ୍କ ବିରୋଧରେ ବିପର୍ଯ୍ୟୟ ଧାରା ଅନୁସାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଅସିତ ତ୍ରିପାଠୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 16, 2020, 10:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.