ETV Bharat / city

ମଦମୁକ୍ତ ଭାରତ ଦାବି: ଅନଶନରେ ସ୍ବାଧୀନତା ସଂଗ୍ରାମୀ

ଗାନ୍ଧୀଙ୍କ 150ତମ ଜୟନ୍ତୀରେ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଅନଶନରେ ବସିଛନ୍ତି ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ପଦ୍ମଚରଣ ନାୟକ ।

author img

By

Published : Oct 2, 2019, 7:42 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ଓ ଦେଶକୁ ମଦମୁକ୍ତ କରିବା ଦାବିରେ ପବିତ୍ର ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଅନଶନରେ ବସିଛନ୍ତି ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଦେଶରେ ତଥା ଆମ ରାଜ୍ୟରେ ମଦର ବ୍ୟାପକ ପ୍ରସାର ଯୋଗୁଁ ସାମାଜିକ ଜୀବନରେ ଅନେକ ପ୍ରକାର ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଏଥିଯୋଗୁଁ ଅଧିକାଂଶ ଯୁବପିଢି ହିଂସାପଥ ଆପଣାଇବା ସହ ଘରେ ଓ ପରିବାରରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହା ସରକାରଙ୍କ ମଦ ପ୍ରସାରଣ ନୀତିକୁ ଆହୁରି ପ୍ରୋତ୍ସାହନ ଯୋଗାଉଛି ବୋଲି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି।

ରାଜ୍ୟ ସରକାର ଗାନ୍ଧିଜୀଙ୍କ 150ତମ ବର୍ଷ ପୂର୍ତ୍ତି ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ପାଇଁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । କିନ୍ତୁ ହିଂସାର ମୂଳ କାରଣ ନିଶା ନିବାରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅଭିଯାନର ସଭାପତି ପଦ୍ମଚରଣ ନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ପବିତ୍ର ଦିନରେ ଅନଶନରେ ବସିଥିବା ଅଭିଯାନର ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି । ଅଭିଯାନ ପକ୍ଷରୁ ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ଦାବି କରାଯାଉଛି କିନ୍ତୁ ନିଜ ସ୍ବାର୍ଥରେ ବାଧା ପହଞ୍ଚିବା ଦୃଷ୍ଟିରୁ ରାଜ୍ୟ ସରକାର 1956 ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

ଏହି ପବିତ୍ର ଦିନରେ ଗାନ୍ଧୀଙ୍କ କଥାକୁ ପାଳନ କରିବାକୁ କହୁଥିବା ତଥା ଅହିଂସାକୁ ସମ୍ବିଧାନରେ ସ୍ଥାନିତ କରିବାକୁ ସ୍ବର ଉଠାଇଥିବା ନବୀନ ପଟ୍ଟନାୟକଙ୍କ ସରକାର ନିକଟରେ ଓଡିଶାରୁ ମଦ ବନ୍ଦ କରିବା ପାଇଁ ବାର୍ତ୍ତା ପହଞ୍ଚାଇବା ଉଦେଶ୍ୟରେ ଏହି ଧାରଣା ଦିଆଯାଇଛି । ଏଥିରେ ଅଭିଯାନର ବହୁ ସଦସ୍ୟ ଭାଗ ନେଇ ସରକାର ତାଙ୍କର ଏହି ଦାବିକୁ ତୁରନ୍ତ ମାନି ନେବାକୁ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ରାଜ୍ୟ ଓ ଦେଶରୁ ମଦମୁକ୍ତ କରିବା ଦାବିରେ ପବିତ୍ର ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଅନଶନ ରେ ବସିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ।

Body:ଦେଶରେ ଖାସ କରି ଆମ ରାଜ୍ୟରେ ମଦର ବ୍ୟାପକ ପ୍ରସାର ଯୋଗୁ ସାମାଜିକ ଜୀବନରେ ଅନେକ ପ୍ରକାର ବିଶୃଙ୍ଖଳା ଦେଖିବାକୁ ମିଳୁଛି।ଏପରିକି ଏହା ଯୋଗୁ ଅଧିକାଂଶ ଯୁବପିଢି ହିଂସା ପଥ ଆପଣାଉଥିବାବେ ଘରେ ଓ ପରିବାରରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ସରକାରଙ୍କ ମଦ ପ୍ରସାରଣ ନୀତି ଆହୁରି ପ୍ରୋତ୍ସାହନ ଯୋଗାଉଥିବା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି।ତେଣୁ ରାଜ୍ୟ ସରକାର ଗାନ୍ଧିଜୀଙ୍କ 150 ତମ ବର୍ଷ ପୂର୍ତ୍ତି ଅବସରରେ ଅହିଂସାକୁ ସମ୍ବିଧାନର ମୁଖବନ୍ଧ ରେ ସାମିଲ କରିବା ପାଇଁ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।କିନ୍ତୁ ହିଂସାର ମୂଳ କାରଣ ନିଶା ନିବାରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଅଭିଯାନର ସଭାପତି ପଦ୍ମଚରଣ ନାୟକ କ୍ଷୋଭ ପ୍ରକାଶ କରିବା ସହିତ ଆଜି ଏହି ପବିତ୍ର ଦିନରେ ଅନଶନ ରେ ବସିଥିବା ଅଭିଯାନର ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ସ୍ୱାଇଁ ପ୍ରକାଶ କରିଛନ୍ତି।ଅଭିଯାନ ପକ୍ଷରୁ ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ଦାବି କରା ହୋଇ ଆସୁଥିଲେ ସୁଦ୍ଧା ନିଜ ସ୍ୱାର୍ଥ ରେ ବାଧା ପହଂଚିବା ଦୃଷ୍ଟିରୁ ରାଜ୍ୟ ସରକାର 1956 ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରିବାରେ ଶଠତା ଅବଲମ୍ବନ କରୁଥିବା ଶ୍ରୀ ସ୍ବାଇଁ କହିଛନ୍ତି।ତେଣୁ ଆଜିର ଏହି ପବିତ୍ର ଦିନରେ ଗାନ୍ଧୀଙ୍କ କଥାକୁ ପାଳନ କରିବାକୁ କହୁଥିବା ତଥା ଅହିଂସାକୁ ସମ୍ବିଧାନରେ ସ୍ଥାନିତ କରିବାକୁ ସ୍ୱର ଉଠାଇଥିବା ନବୀନ ପଟ୍ଟନାୟକଙ୍କ ସରକାର ନିକଟରେ ଓଡିଶାରୁ ମଦ ବନ୍ଦ କରିବା ପାଇଁ ବାର୍ତା ପହଞ୍ଚାଇବା ଉଦେଶ୍ୟରେ ଏହି ଧାରଣା ଦିଆଯାଇଥିବା ସେ କହିଛନ୍ତି।ଏଥିରେ ଅଭିଯାନର ବହୁ ସଦସ୍ୟ ଭାଗ ନେଇ ସରକାର ତାଙ୍କର ଏହି ଦାବି କୁ ତୁରନ୍ତ ମାନି ନେବାକୁ କହିଛନ୍ତି।
ବାଇଟ-ବିଜୟ କୁମାର ସ୍ୱାଇଁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.