ଭୁବନେଶ୍ବର: ନନ୍ଦନକାନନକୁ ଆସିଲା ନୂଆ ଅତିଥି । ପୁଣିଥରେ ମାଆ ହୋଇଛି ବିଜଲି ସିଂହୀ । 110 ଦିନ ପରେ ଆଉ ଏକ ସିଂହ ଶାବକକୁ ଜନ୍ମ ଦେଇଛି । ଆଜି(ଶୁକ୍ରବାର) ସକାଳ ସମୟରେ ଏହି ଶାବକଟିକୁ ଜନ୍ମ ଦେଇଥିବା ସୂଚନା ମିଳିଛି ।
ବିଜଲିର ଦ୍ବିତୀୟ ଥର ଗର୍ଭବତୀ ହୋଇ ଏହି ଶାବକଟିକୁ ଜନ୍ମ ଦେଇଛି । ଶେଷ ଥର 2021 ମସିହା ଜୁଲାଇ 21 ତାରିଖରେ 3 ଟି ଶାବକକୁ ଜନ୍ମ ଦେଇଥିଲା । ସେଥି ମଧ୍ୟରୁ 3 ଶାବକଙ୍କ ମଧ୍ୟରୁ 2 ଜଣ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଅନ୍ୟ ଶାବକର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବିଜଲି ସିଂହୀ ପ୍ରଥମ ଥର ପାଇଁ ଶାବକଙ୍କୁ ଜନ୍ମ ଦେଇଥିଲା । ବର୍ତ୍ତମାନ ନନ୍ଦନକାନନରେ 3 ପ୍ରଜାତିର 16 ଟି ସିଂହ ସିଂହୀ ଅଛନ୍ତି । 7 ଟି ଭାରତୀୟ ସିଂହ, ସିଂହୀ 7 ଟି, 2 ଟି ଆଫ୍ରିକୀୟ ସିଂହୀ, 7 ଟି ହାଇବ୍ରିଡ୍ ସିଂହ, ସିଂହୀ ରହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ