ETV Bharat / city

ନନ୍ଦନକାନନରେ ନୂଆ ଅତିଥି; ମୃତ ଶାବକ ସମେତ 3 ସିଂହ ଛୁଆ ଜନ୍ମ ଦେଲା ବିଜଲି

ଦୀର୍ଘ ଦିନ ପରେ ଏସିଆଟିକ ଲାୟନ (asiatic lion) 3 ଶାବକ ଜନ୍ମ ନେଇଛନ୍ତି । ବିଜଲି ସିଂହୀ 3 ଶାବକଙ୍କୁ ଜନ୍ମ ଦେଇଛି ।

ନନ୍ଦନକାନନରେ ନୂଆ ଅତିଥି
ନନ୍ଦନକାନନରେ ନୂଆ ଅତିଥି
author img

By

Published : Jul 21, 2021, 4:46 PM IST

Updated : Jul 21, 2021, 6:07 PM IST

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ପରେ ତିନି ଏସିଆଟିକ ଲାୟନ (asiatic lion) ଛୁଆ ସିଂହ ଜନ୍ମ ନେଇଛନ୍ତି । ବିଜଲି ସିଂହୀ ସମ୍ରାଟ ଦ୍ବାରା 3ଟି ଶାବକ ଜନ୍ମ ହୋଇଛନ୍ତି । ହେଲେ ଜଣଙ୍କ ମୃତ୍ୟୁ ଘଟିଛି ।

3 ଶାବକଙ୍କ ମଧ୍ୟରୁ ୨ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଅନ୍ୟ ଶାବକର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ବିଜଲି ସିଂହୀ ପ୍ରଥମ ଥର ପାଇଁ ଶାବକଙ୍କୁ ଜନ୍ମ ଦେଇଛି ।

ନନ୍ଦନକାନନରେ ନୂଆ ଅତିଥି

୨୦୦୪ ମସିହାରୁ ଭାରତୀୟ ସିଂହ ପ୍ରଜନନ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ କର୍ତ୍ତୃପକ୍ଷ । କମଳା ନେହେରୁ ଜୁ ଇନ୍ଦୋରରୁ ଆସିଥିବା ସିଂହି ବିଜଲି ସହ ବିଳାସ ପୁରରୁ ଆସିଥିବା ସମ୍ରାଟ ସହିତ ଗତ ଏପ୍ରିଲ ମାସରେ ମିଳନ କରାଇଥିଲେ । ବିଜଲି ଗର୍ଭବତୀ ହେବାପରେ ତାକୁ ସିଂହ ସଫାରୀ ଫିଡିଂ ଚ।ମ୍ବର୍ରେ ରଖାଯାଇଥିଲା । ସିସିଟିଭି ମାଧ୍ୟମରେ ବିଜଲର ଗତିବିଧି ଅନୁଧ୍ୟାନ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି।

ବିଜଲି ୧୦୫ ଦିନ ଗର୍ଭ ଧାରଣ ପରେ ଆଜି ତିନି ଶାବକଙ୍କୁ ଜନ୍ମ ଦେଇଛି । ପ୍ରାଣୀ ଉଦ୍ୟାନରେ ସିଂହ ବଂଶ ହ୍ରାସ ଯୋଗୁଁ କର୍ତ୍ତୃପକ୍ଷ ୨୦୧୯ରୁ ୨୦ମସିହାରେ କମଳା ନେହେରୁ ବିଳାସପୁର ଜୁ ରୁ ୭ଟି ସିଂହ ,ସିଂହୀ ଆଣିଥିଲେ। ସେମାନଙ୍କର ବଂଶ ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ ହୋଇଛି । ନିକଟରେ ବାଘୁଣୀ ମେଘା ୩ ଶାବକଙ୍କୁ ଜନ୍ମ ଦେଇଥିଲା ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩ ପ୍ରଜାତିର ୧୬ଟି ସିଂହ ସିଂହୀ ଅଛନ୍ତି । ୭ଟି ଭାରତୀୟ ସିଂହ, ସିଂହୀ ୭ଟି, ୨ଟି ଆଫ୍ରିକୀୟ ସିଂହୀ, ୭ଟି ହାଇବ୍ରିଡ୍ ସିଂହ ,ସିଂହୀ ରହିଛନ୍ତି । ପ୍ରାଣୀ ଉଦ୍ୟାନରେ ୨୦୧୩, ୧୭ମସିହାରେ ହାଇବ୍ରିଡ୍ ପ୍ରଜାତିର ୨ଟି ସିଂହ ଜିତ୍, କଳ୍ପନା ଜନ୍ମ ନେଇ ପ୍ରାଣୀ ଉଦ୍ୟାନରେ ଶୋଭା ବଢାଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 21, 2021, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.