ETV Bharat / city

ଆସନ୍ତାକାଲି ଠାରୁ ଲିଙ୍ଗରାଜଙ୍କ ଦର୍ଶନ ଆରମ୍ଭ, ଉତ୍ସାହିତ ଭକ୍ତ - ଲିଙ୍ଗରାଜ ମନ୍ଦିର ଖୋଲିବା ଖବର

ରବିବାରରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ଭକ୍ତ । ଏଥିପାଇଁ ମନ୍ଦିର ପ୍ରଶାସନ ଏବଂ ବିଏମସି ପକ୍ଷରୁ ବନ୍ଦୋବସ୍ତ କରାଯାଇଛି । ଅଧିକ ପଢନ୍ତୁ...

ଆସନ୍ତାକାଲି ଠାରୁ ଲିଙ୍ଗରାଜଙ୍କ ଦର୍ଶନ ଆରମ୍ଭ
ଆସନ୍ତାକାଲି ଠାରୁ ଲିଙ୍ଗରାଜଙ୍କ ଦର୍ଶନ ଆରମ୍ଭ
author img

By

Published : Dec 26, 2020, 7:24 PM IST

ଭୁବନେଶ୍ବର: ୨୭ ଡିସେମ୍ବର ଅର୍ଥାତ୍ ରବିବାରରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ 9 ମାସ ପରେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଆସନ୍ତାକାଲି ଠାରୁ ଲିଙ୍ଗରାଜଙ୍କ ଦର୍ଶନ ଆରମ୍ଭ

ଦୀର୍ଘ ୯ ମାସ ପରେ ରବିବାର ଖୋଲିବ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିର । ଏଥିପାଇଁ ଶନିବାର ଠାରୁ ସେବାୟତଙ୍କ କୋଭିଡ ଆଣ୍ଟିଜେନ ଟେଷ୍ଟ ସରିଛି । ସେବାୟତମାନେ ଗର୍ଭ ଗୃହକୁ ନଯାଇ ଭିତର କାଠରେ ମହାପ୍ରଭୁଙ୍କ ଦର୍ଶନ କରିବେ । ମନ୍ଦିର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଙ୍ଗ ହେବ । ସେବାୟତମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ତେବେ ୨୭, ୨୮, ୨୯, ୩୦ ଏବଂ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେବାୟତ ପରିବାର ଲିଙ୍ଗରାଜଙ୍କ ଦର୍ଶନ କରିବେ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଲିଙ୍ଗରାଜଙ୍କ ଦର୍ଶନ ସମୟରେ ମନ୍ଦିର ପ୍ରଶାସକ ଉପସ୍ଥିତ ରହିବା ସହ ବିଏମସି ପକ୍ଷରୁ ଚେକିଂ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ରହିବେ । ଏନେଇ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.