ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟୀକରଣ ପାଇଁ ଚାଲିଥିବା ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରକ୍ରିୟା । ଏନେଇ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଲିଙ୍ଗରାଜ ଥାନା, ଇଣ୍ଟରପ୍ରିଟେସନ ସେଣ୍ଟର, ଲିଙ୍ଗରାଜ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 99 ପ୍ରତିଶତ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିବା ଜଣା ପଡିଛି ।
ତେବେ ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ଲିଙ୍ଗରାଜଙ୍କ ମନ୍ଦିରର ଶୋଭା ଏବେ ଅଧିକ ଚମକି ଉଠିବ । ଅର୍ଥାତ ନୂଆବର୍ଷରୁ ଲିଙ୍ଗରାଜ ମନ୍ଦିର ନୂଆ ରୂପରେ ଶୋଭା ପାଇବା ନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
ଦୀର୍ଘ ଦିନ ଧରି ଚାଲିଥିବା ଚତୁଃପାର୍ଶ୍ବ ଉଚ୍ଛେଦ କାର୍ଯ୍ୟ ଡିସେମ୍ବର 31 ରାତି ସୁଦ୍ଧା ସରିବା ନେଇ ଜଣା ପଡିଛି। ମନ୍ଦିର ଚତୁଃପାର୍ଶ୍ବ ସଫା କରାଯାଇ ସେଥିରେ ପ୍ରାୟ 300 ଶୋଭା ବର୍ଦ୍ଧନ କରୁଥିବା ବୃକ୍ଷରୋପଣ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ଯେହେତୁ ଦିନ ବେଳେ ଭଜନ ମଣ୍ଡପରେ ଲୋକ ସମାଗମ ରହୁଛି ତେଣୁ ଏହାକୁ ରାତି ବେଳେ ଭଙ୍ଗାଯିବ। ତେବେ ଜାନୁଆରୀ ମାସରେ ଡିପିଆର ଆଧାରରେ ମନ୍ଦିରର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ତ୍ବରାନ୍ବିତ କରାହେବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ