ETV Bharat / city

ଶାରିରୀକ ସମ୍ପର୍କ ପାଇଁ ଖାକିର ବ୍ଲାକମେଲ୍, ବନ୍ଧା ହେଲା ଲିଙ୍ଗରାଜ ଥାନା କନଷ୍ଟେବଳ

ଶିଶୁକୁ ଯୌନ ଶୋଷଣ ମାମଲାରେ କନଷ୍ଟେବଳ ଗିରଫ । ଲିଙ୍ଗରାଜ ଥାନାର ଓଏପିଏଫ କନଷ୍ଟେବଳ ରଜନୀକାନ୍ତ ଗୋମାଙ୍ଗୋକୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଧିକ ପଢନ୍ତୁ

ଶାରିରୀକ ସମ୍ପର୍କ ପାଇଁ ଖାକିର ବ୍ଲାକମେଲ୍, ବନ୍ଧା ହେଲା ଲିଙ୍ଗରାଜ ଥାନ କନଷ୍ଟେବଳ

author img

By

Published : May 25, 2022, 10:43 PM IST

Updated : May 26, 2022, 3:28 PM IST

ଭୁବନେଶ୍ବର: ଶିଶୁକୁ ଯୌନ ଶୋଷଣ ମାମଲାରେ କନଷ୍ଟେବଳ ଗିରଫ । ଲିଙ୍ଗରାଜ ଥାନାର ଓଏପିଏଫ କନଷ୍ଟେବଳ ରଜନୀକାନ୍ତ ଗୋମାଙ୍ଗୋକୁ ଗିରଫ କରିଛି ମହିଳା ଥାନା ପୋଲିସ । ଜଣେ ୧୩ ବର୍ଷୀୟା ନାବାଳିକାକୁ ଦେଉଥିଲେ ଯୌନ ନିର୍ଯାତନା । ଏପରିକି ଦିର୍ଘ ୪ ବର୍ଷ ଧରି ନାବାଳିକାର ଅଶ୍ଳିଳ ଭିଡିଓ ରଖି ଭାଇରାଲ କରିଦେବାର ଧମକ ଦେଉଥିଲା ଅଭିଯୁକ୍ତ । ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ରାଜି ନହେଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଥିଲା । ଏପରିକି ୫୦ ହଜାର ଟଙ୍କା ଦେଲେ ଭିଡିଓ ଡିଲିଟ କରିଦେବ ବୋଲି ବ୍ଲାକମେଲ କରୁଥିଲା ।

ବନ୍ଧା ହେଲା ଲିଙ୍ଗରାଜ ଥାନା କନଷ୍ଟେବଳ

ଏନେଇ ନାବାଳିକା ଜଣକ ଅନେକ ଥର ଲିଙ୍ଗରାଜ ଥାନ ଦୌଡିଥିଲେ ବି ଧମକ ଦେଉଥିଲା ଅଭିଯୁକ୍ତ । ଅନେକ ସହଯୋଗୀଙ୍କ ଜରିଆରେ ଧମକ ଚମକ ଦେବା ସହ ଥାନାରେ ଅଛି ସବୁ ସେଟିଂ ବୋଲି କହି ମାମଲା ରଫାଦଫା କରିଦେବ ବୋଲି ଧମକାଉଥିଲା । ଶେଷରେ ନାବାଳିକା ଜଣକ ଚାଇଲ୍ଡ ଲାଇନର‌ ସହାୟତା ନେଇଥିଲା । ମହିଳା ଥାନାରେ ଗତକାଲି ଏନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ଜଣେ ରକ୍ଷକ ହୋଇ ଭକ୍ଷକ ହେବା ଘଟଣାକୁ ନେଇ ନିନ୍ଦା କରିଛନ୍ତି ଚାଇଲ୍ଡ ଲାଇନ ଅଧ୍ୟକ୍ଷ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 26, 2022, 3:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.