ETV Bharat / city

ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ବ୍ୟବସାୟୀଙ୍କୁ ଦୋକାନଗୃହ ବଣ୍ଟନ ଆରମ୍ଭ

ପର୍ଯ୍ୟଟନ ବିଭାଗ ଦ୍ଵାରା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟବସାୟୀଙ୍କୁ ଦୋକାନ ଘର ବଣ୍ଟନ ଆରମ୍ଭ ହୋଇଛି । ୩୯ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ କରାଯାଇଛି ଗୃହ ଆବଣ୍ଟନ ।

author img

By

Published : Oct 31, 2019, 11:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରର ଐତିହ୍ୟ ସ୍ଥଳୀ ଲିଙ୍ଗରାଜଙ୍କ ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଘର ଗୁଡିକର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ବିଏମସି ପକ୍ଷରୁ ୩୯ ଜଣ ହିତାଧିକାରୀଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି । ତେବେ ୫୦ ହଜାର ସିକ୍ୟୁରିଟି ରାଶି ଅଗ୍ରୀମ ଦେଲା ସେମାନଙ୍କୁ ଉକ୍ତ ଦୋକାନ ଗୃହ ହସ୍ତାନ୍ତର ହେବ । ଏହି ଲଟେରୀ ପ୍ରକ୍ରିୟା ,ସର୍ବସମ୍ମୁଖରେ ଚୟନ ପ୍ରକ୍ରିୟାରେ ଆସିଥିବା ହିତାଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପ୍ତ ହୋଇଛି ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୁଡିକ ଗତ ଡିସେମ୍ବରରେ ବିଏମସିକୁ ହସ୍ତାନ୍ତର କରାଯାଇଥିଲା । ମାର୍କେଟ କମ୍ପ୍ଲେକ୍ସରେ ମୋଟ ୫୮ ଟି ଦୋକାନଗୃହ ରହିଛି । ସମସ୍ତ ଦୋକାନ ଗୃହ ଗୁଡିକ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ କରାଯାଇଛି । ପୂର୍ତ୍ତ ବିଭାଗର ପରାମର୍ଶରେ ଉକ୍ତ ଦୋକାନ ଗୃହ ଗୁଡିକରେ ମାସିକ ଭଡା ଭୂପୃଷ୍ଠ ମହଲା ପାଇଁ ବର୍ଗଫୁଟକୁ ୨୫.୫୯ ଥିବାବେଳେ ପ୍ରଥମ ମହଲା ପାଇଁ ଏହା ୨୨.୪୮ ଟଙ୍କା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ନୂଆ ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଦୋକାନଘର ଆବଣ୍ଟନ।

Body:ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଐତିହ୍ୟ ସ୍ଥଳୀ ଲିଙ୍ଗରାଜ ଙ୍କ ପାଖରେ ଥିବା ଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସର ଦୋକାନ ଘର ଗୁଡିକର ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି।ବୁଧବାର ବିଏମସି ପକ୍ଷରୁ ୩୯ ଜଣ ହିତାଧିକାରୀ ଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଣ୍ଟନ କରାଯାଇଛି।୫୦ ହଜାର ଟଙ୍କା ସିକ୍ୟୁରୀଟି ରାଶି ଅଗ୍ରୀମ ଦେଲା ପରେ ସମାନ ଲଟେରୀ ପ୍ରକ୍ରିୟାରେ ସେମାନଙ୍କୁ ଉକ୍ତ ଦୋକାନ ଗୃହ ଆବଣ୍ଟନ କରାଯିବ।ଏହି ଲଟେରୀ ପ୍ରକ୍ରିୟା ,ସର୍ବସମ୍ମୁଖରେ ଚୟନ ପ୍ରକ୍ରିୟାରେ ଆସିଥିବା ହିତାଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମାପନ ହୋଇଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଚିଠି ନମ୍ବର ୧୨୩୯୦,ତା ୧୨/୧୨/୧୮ ରେ ବିଏମସି କୁ ହସ୍ତାନ୍ତର କରାଯାଇଥିଲା।ମାର୍କେଟ କମ୍ପ୍ଲେକ୍ସ ରେ ମୋଟ ୫୮ଟି ଦୋକାନଗୃହ ରହିଛି।୧ ରୁ ୧୯ ନମ୍ବର ଗୃହ ଭୂପୃଷ୍ଠ ମହଲରେ ଏବଂ ୩୦ ରୁ ୫୮ନମ୍ବର ଗୃହ ପ୍ରଥମ ମହଲାରେ ରହିଛି।ସମସ୍ତ ଦୋକାନ ଗୃହ ଗୁଡିକ ଅତ୍ୟାଧୁନିକ ଶୈଳୀ ରେ ନିର୍ମାଣ କରାଯାଇଛି।ପୂର୍ତ୍ତ ବିଭାଗର ପରାମର୍ଶରେ ଉକ୍ତ ଦୋକାନ ଗୃହ ଗୁଡିକରେ ମାସିକ ଭଡା ଭୂପୃଷ୍ଠ ମହଲା ପାଇଁ ବର୍ଗଫୁଟକୁ ୨୫.୫୯ ଥିବାବେଳେ ପ୍ରଥମ ମହଲା ପାଇଁ ଏହା ୨୨.୪୮ ଟଙ୍କା ରହିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.