ETV Bharat / city

ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା: ମୟୂରଭଞ୍ଜରେ ସର୍ବାଧିକ 98 ଜଣଙ୍କ ମୃତ୍ୟୁ

author img

By

Published : Mar 19, 2021, 5:07 PM IST

ରାଜ୍ୟରେ ବ୍ରଜପାତଜନିତ ମୃତ୍ୟୁ ଘଟଣାକୁ ନେଇ ତଥ୍ୟ ପ୍ରକାଶ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଧିକ ପଢନ୍ତୁ...

ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା

ଭୁବନେଶ୍ବର: ରାଜ୍ୟରେ ବ୍ରଜପାତ ଜନିତ ମୃତ୍ୟୁ ଘଟଣାକୁ ନେଇ ତଥ୍ୟ ପ୍ରକାଶ କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ମୟୂରଭଞ୍ଜରେ ସର୍ବାଧିକ 98 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରୁ 75 ଜଣ ଓ କେନ୍ଦୁଝରରୁ 71ଜଣ ମୃତ୍ୟୁବରଣ କରିଛନ୍ତି । ଗତ 3 ବର୍ଷ ମଧ୍ୟରେ ରାଜ୍ୟରେ ମୋଟ୍ 971 ଜଣଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି ।

ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା

ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ । ଏହାସହ ରାଜ୍ୟରେ ବଜ୍ରପାତ ନେଇ ଆଗୁଆ ସୂଚନା ଜାଣିବା ପାଇଁ ‘ଆର୍ଥ ନେଟୱାର୍କ’ ସଂସ୍ଥା ସହ ଚୁକ୍ତି କରାଯାଇଛି । ଏହି ସଂସ୍ଥା କେନ୍ଦୁଝର, ବଲାଙ୍ଗୀର, ବ୍ରହ୍ମପୁର, ଜୟପୁର, ରାଉରକେଲା, ଭୁବନେଶ୍ବର, କଟକ ଓ ପାଣି କୋଇଲିଠାରେ ଲାଇଟିଂ ଡିଟେକସନ୍ ସେନ୍ସର ବସାଇଛି । ଏହାସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡରେ ଥିବା ଡିଟେକସନ୍ ସେନ୍ସର ମାଧ୍ୟମରେ ମଧ୍ୟ ରାଜ୍ୟରେ ବ୍ରଜପାତର ସୂଚନା ମିଳିପାରୁଛି ।

ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା
ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ଘଟଣା

ଏହି ସବୁ ସେନ୍ସର ସାହାଯ୍ୟରେ ବଜ୍ରପାତର 30-40 ମିନିଟ ପୂର୍ବରୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସ୍ଥିତ ଷ୍ଟେଟ୍ ଏମରଜେନ୍ସି ଅପରେସନ ସେଣ୍ଟରକୁ ମିଳିପାରୁଛି । ଏହାପରେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.