ଭୁବନେଶ୍ବର: ରାଜ୍ୟର ସବୁ ଆଇଟିଆଇରେ ଖୋଲିବ ଲାଇଫ ସ୍କିଲ ଟ୍ରେନିଂ । ଟାଟା ସର୍ଭିସ ଏହି ତାଲିମ ଦେବ। ଏନେଇ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର କରିଛି କମ୍ପାନୀ। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେହିପରି ଟେକ୍ ମହିନ୍ଦ୍ରା ଏକ ଅନ୍ତର୍ଜାତୀୟ ବିପିଓ ଖୋଲିବା ନେଇ ସୂଚନା ରହିଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ