ETV Bharat / city

ଏମ୍ସରେ ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ - ଏମ୍ସ ଭୁବନେଶ୍ବର

ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ ସମୟର ବଡ଼ ଆହ୍ବାନ । କୋଭିଡ ଓ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ

ଏମ୍ସରେ ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ

author img

By

Published : Aug 26, 2022, 11:50 AM IST

ଭୁବନେଶ୍ବର: ଭାରତରେ ପ୍ରତି ୪ ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି । ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି । ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ହୃଦ୍‌ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ବରର(Aiims Bhubaneswar) ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍‌ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (ସିପିଆର)(Cardiopulmonary Resuscitation) ପ୍ରଦାନ ବେଶ ଗୁରୁତ୍ବପୂର୍ଣ୍ଣ ।

ଏମ୍ସରେ ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳ ସମ୍ପର୍କରେ ତାଲିମ

ତୁରନ୍ତ ଚିକିତ୍ସା ସୁବିଧା କିମ୍ବା ଆମ୍ବୁଲାନ୍ସ ଉପଲବ୍ଧତା ସମୟ ପାଇବା ପାଇଁ ହୃଦ୍‌ଘାତର କିଛି ସମୟ ମଧ୍ୟରେ ଏହି ଜୀବନ ରକ୍ଷାକାରୀ ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଚିକିତ୍ସା ସେବା ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ବପୂର୍ଣ୍ଣ ହୋଇଯାଏ ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଦିଆଯାଇଥିବା ସିପିଆରର ଗୁଣବତ୍ତା ଉପରେ ନିର୍ଭର କରେ । ଭାରତରେ ଗୋଷ୍ଠୀଙ୍କୁ ସଠିକ ସିପିଆର ସମ୍ପର୍କରେ ତାଲିମ ପ୍ରଦାନ ବେଶ ମହତ୍ବପୂର୍ଣ୍ଣ । କାରଣ ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ ।

ଏପରିସ୍ଥଳେ ହୃଦ୍‌ଘାତ ଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଏଚଏ-ଏମ୍ସ ସହଭାଗୀତାର ସହ ଆବାହକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି । ଏନେଇ ଏଏଚଏ-ଏମ୍ସ ମିଳିତ ଭାବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ କମ୍ୟୁନିଟି ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବା ନେଇ ଡ. ବିଶ୍ବାସ ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ: ଉଚ୍ଚଶିକ୍ଷା ବିଭାଗରେ ସାମିଲ ହେଲେ 334 ଅଣଶିକ୍ଷକ କର୍ମଚାରୀ

ଏଏଚଏର ସ୍ବାସ୍ଥ୍ୟ ସେବା ସମାଧାନର ମୁଖ୍ୟ ଜନ୍ ମେନର୍ସ, ଏଏଚ୍‌ଏ-ଏମ୍ସ ସହଭାଗୀତାର ଆବାହକ ତଥା ଏମ୍ସ ମଙ୍ଗଳାଗିରି ସଭାପତି ଡ. ଟି ଏସ ରବି କୁମାର, ଏମ୍ସ ଭୁବନେଶ୍ବର ମେଡିକାଲ ଅଧୀକ୍ଷକ ଡ.ସଚ୍ଚିଦାନନ୍ଦ ମହାନ୍ତି, ଡିନ(ଗବେଷଣା) ଡ. ବିନୋଦ ପାତ୍ର, ଡିନ(ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି ଓ ବହୁ ବରିଷ୍ଠ ଚିକିତ୍ସାକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜରେ ସରଳ ସିପିଆର କୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଗୁରୁତ୍ବ ବିଷୟରେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ କେବଳ ହ୍ୟାଣ୍ଡସ୍-ସିପିଆରରେ ଅତି କମରେ ୭୫ ଜଣଙ୍କୁ ତାଲିମ ଦେବେ । ଏହି ପ୍ରୟାସ ଦ୍ବାରା ଆଗାମୀ ଦୁଇ ବର୍ଷରେ ଗୋଷ୍ଠୀରେ ଏକ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ତାଲିମ ଦିଆଯିବ । ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା । ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ଏଏଚଏ-ଏମ୍ସର ଏପରି ମିଳିତ ଉଦ୍ୟମ ଆଗାମୀ ଦିନରେ ସୁଫଳ ଆଣିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.