ETV Bharat / city

ଲକଡାଉନ ନିୟମ ଭାଙ୍ଗିବା ପ୍ରସଙ୍ଗରେ ସୁରଙ୍କ ସ୍ପଷ୍ଟୀକରଣ: ଜୀବନ ଆଗ, ଲକଡାଉନ ପଛ

author img

By

Published : Jun 28, 2021, 9:17 PM IST

Updated : Jun 28, 2021, 9:33 PM IST

ଲକଡାଉନ କଟକଣା ଉଲଙ୍ଘନ କରିବା ପ୍ରସଙ୍ଗରେ ସୁର ରଖିଲେ ସ୍ପଷ୍ଟୀକରଣ । କହିଲେ ସେଇଟା ଦଳୀୟ କାର୍ଯ୍ୟକ୍ରମ ନଥିଲା । ପରିବେଶ ସୁରକ୍ଷା ପାଇଁ କରିଥିଲୁ । ବିଜେଡି ସବୁ କାର୍ଯ୍ୟକ୍ରମ କରୁ୍‌ଛି, ପ୍ରଶାସନ ଜଣିଶୁଣି ଚୁପ ରହୁଛି କହିଲେ ସୁର । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଭାଙ୍ଗିବା ପ୍ରସଙ୍ଗରେ ସୁରଙ୍କ ସ୍ପଷ୍ଟୀକରଣ: ଜୀବନ ଆଗ, ଲାକଡାଉନ ପଛ

ଭୁବନେଶ୍ବର: ଲକଡାଉନ କଟକଣା ଉଲଂଘନ କରି ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେ ନେଇ ସେ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ନନ୍ଦନକାନନ ସୁରକ୍ଷା ପାଇଁ କରିଥିଲୁ ବୋଲି କହିଛନ୍ତି ସୁର । ଏହା ଦଳୀୟ କାର୍ଯ୍ୟକ୍ରମ ନୁହେଁ ବୋଲି କହି ସଫେଇ ଦେଇଛନ୍ତି ସୁର। ସେହିପରି ଜୀବନ ଆଗ, ଲକଡାଉନ ପଛ ବୋଲି ମଧ୍ୟ ସୁର କହିଛନ୍ତି ।

ଲକଡାଉନ ନିୟମ ଭାଙ୍ଗିବା ପ୍ରସଙ୍ଗରେ ସୁରଙ୍କ ସ୍ପଷ୍ଟୀକରଣ: ଜୀବନ ଆଗ, ଲକଡାଉନ ପଛ

ଗତକାଲି ଘଟଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଗତକାଲିର କାର୍ଯ୍ୟକ୍ରମ ଦଳ ତରଫରୁ ହୋଇନଥିଲା । ଏହା ନନ୍ଦନକାନନର ଓ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ହୋଇଥିଲା । ଅନ୍ୟପଟେ ବିଜେଡି ପକ୍ଷରୁ ଉତ୍ତର ବିଧାୟକ ଝୁମକାରେ ରାଜନୈତିକ ସଭା ହୋଇଥିଲା । ସେଠାରେ 5 ଶହରୁ ଅଧିକ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ । ହେଲେ ସୂଚନା ପାଇ ମଧ୍ୟ ପ୍ରଶାସନ ଯାଇନଥିଲା କି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା ବୋଲି ଅଭିଯୋଗ କରିଛନ୍ତି ସୁର । ବିଜେଡିର ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ କରୁଛି, ପ୍ରଶାସନ ସବୁ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ କାହିଁକି ନେଉନାହିଁ ବୋଲି ସୁର ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

Last Updated : Jun 28, 2021, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.