ETV Bharat / city

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ପତ୍ନୀ ଦେହରେ କିରୋସିନ ଢାଳି ନୃସଂଶ ହତ୍ୟା ଘଟଣା

author img

By

Published : Jul 4, 2022, 6:40 PM IST

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ । ପତ୍ନୀ ଦେହରେ କିରୋସିନ ଢାଳି ହତ୍ୟା କରିବା ଘଟଣାର ଆସିଲା ରାୟ । ଚନ୍ଦ୍ରଶେଖରପୁର ଥାନା ନିଳମାଧବ ବସ୍ତିରେ ସ୍ତ୍ରୀ ରଞ୍ଜୁ ନାୟକ ଦେହରେ କିରୋସିନ ଢାଳି ନିଆଁରେ ପୋଡି ମାରିବା ନେଇ ହୋଇଥିଲା ଅଭିଯୋଗ । ୧୦ ବର୍ଷ ପରେ ଏହି ହତ୍ୟା ମାମଲାର ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ପତ୍ନୀ ଦେହରେ କିରୋସିନ ଢାଳି ନୃସଂଶ ହତ୍ୟା ଘଟଣା
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ପତ୍ନୀ ଦେହରେ କିରୋସିନ ଢାଳି ନୃସଂଶ ହତ୍ୟା ଘଟଣା

ଭୁବନେଶ୍ବର: ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଦୋରାଜଜଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୦ ବର୍ଷ ପରେ ଏକ ପତ୍ନୀ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି କୋର୍ଟ । ପତ୍ନୀ ଦେହରେ କିରୋସିନ ଢାଳି ନିଆଁରେ ପୋଡି ହତ୍ୟା କରିବା ମାମଲାରେ ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ ।

ସରକାରୀ ଓକିଲ ସୁରେଶ ଚନ୍ଦ୍ର ବାରିକଙ୍କ ସୂଚନା ମୁତାବକ, ଚନ୍ଦ୍ରଶେଖରପୁର ଥାନା ନିଳମାଧବ ବସ୍ତିରେ ସ୍ବାମୀ ଟୁଟୁ ଗୁଣି ସହ ରହୁଥିଲେ ସ୍ତ୍ରୀ ରଞ୍ଜୁ ନାୟକ ଓ ତାଙ୍କର ଛୋଟ ଶିଶୁ କନ୍ଯା । ଅନେକ ସମୟରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଏଥିଯୋଗୁଁ ସ୍ତ୍ରୀକୁ ମାନସିକ ଓ ଶାରିରୀକ ନର୍ଯ୍ୟାତନା ଦେଇଆସୁଥିଲା ସ୍ବାମୀ । ଗତ ୦୪.୦୭.୨୦୧୨ ବିଳମ୍ବିତ ରାତିରେ ସ୍ତ୍ରୀ କୋଳରୁ ଶିଶୁ କନ୍ୟାଟିକୁ ଆଣି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ପରେ ସ୍ତ୍ରୀ ରଞ୍ଜୁଲତାକୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସପିଟାଲ୍ ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରଞ୍ଜୁଲତାର ଅର୍ଦ୍ଧାଧିକ ଶରୀର ନିଆଁରେ ପୋଡି ହୋଇ ଯାଇଥିବା ବେଳେ ଗତ ୧୮.୦୮.୨୦୧୨ରେ ତାର ମୃତ୍ୟୁ ହୋଇଥିଲା । ଅତିରିକ୍ତ ଜିଲ୍ଲା ଦୌରାଜଜ ମିନାକ୍ଷୀ ଦାସ ଏହି ମାମଲାର ଶୁଣାଣୀ କରି ଅଭିଯୁକ୍ତ ସ୍ବାମୀ ଟୁଟୁ ଗୁଣିକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏଥିସହିତ ଟୁଟୁ ଗୁଣି ଠାରୁ ୫ ହଜାର ଟଙ୍କା ଜୋରିମନା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜୋରିମନା ଅର୍ଥ ଅନାଦେୟ ହେଲେ ଅଧିକା ୬ମାସ କାରାଦାଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.