ଭୁବନେଶ୍ବର: ମନୀଷ ଅନୁରାଗ ହତ୍ୟା ମାମଲା । ମିଛ ସତର କାହାଣୀ କହିବ ମେସିନ । ଏହି ହତ୍ୟା ମାମଲାର ଅଭିଯୁକ୍ତଙ୍କ ଚାଲିଛି ମିଛଧରା ଟେଷ୍ଟ । ରସୁଲଗଡ ଫରେନସିକ ଲ୍ୟାବରେ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ହେଉଛି ।
ଆଜି ତିନି ଅଭିଯୁକ୍ତ ଅମ୍ରିତ ବିଶ୍ବାଳ, ଦିନେଶ ମହାପାତ୍ର, ମୃତ୍ୟୁଞ୍ଜୟ ନାୟକଙ୍କ ଜେଲରୁ ଆଣି ଟେଷ୍ଟ କରାଇଛି କମିଶନରେଟ ପୋଲିସ । ଏହି ଟେଷ୍ଟ ପରେ ଖୋଲିବ ଅକ୍ଟୋବର ୧୦ତାରିଖ ରାତିର କଳା କାହାଣୀ ।
ହାର୍ଟବିଟ, ପଲ୍ସ ରେଟ ଓ ପଲିଗ୍ରାଫର ମିଟରରୁ ଜଣାପଡ଼ିବ କିଏ ସତ କହୁଛି ଏବଂ କିଏ ମିଛ କହୁଛି । ଏନେଇ ଲ୍ୟାବର ଅଫିସରମାନେ ପ୍ରସ୍ତୁତ କରିଥିବା ୨୦୦ ପ୍ରଶ୍ନର ହଁ ନାଁରେ ଉତ୍ତର ରଖିବେ ତିନି ଅଭିଯୁକ୍ତ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ