ଭୁବନେଶ୍ବର: ସମସ୍ତ ବ୍ୟାଙ୍କକୁ ଅର୍ଥ ବିଭାଗର ଚିଠି । କୋରୋନା ନେଇ ସ୍ବତନ୍ତ୍ର ଗାଇଡଲାଇନ । ଏଟିଏମରେ ଯଥେଷ୍ଟ ପରିମାଣରେ ଟଙ୍କା ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ । କୋରୋନା ସଚେତନତା ବାର୍ତ୍ତା ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରିବାକୁ ବି ନିର୍ଦ୍ଦେଶ ଜାରି ।
ଅଫିସ ସମୟରେ ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରିବା ସହ ବ୍ୟାଙ୍କରେ ଭିଡ କମାଇବାକୁ ଅଧିକ ପରିମାଣରେ କାଉଣ୍ଟର ଖୋଲିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛି ଅର୍ଥ ବିଭାଗ। ସେହିପରି ଏଟିଏମ ଭିତରକୁ ଜଣଙ୍କ ପରେ ଜଣଙ୍କୁ ଛାଡନ୍ତୁ । ଏଟିଏମରେ ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୁଅନ୍ତୁ ବୋଲି ବ୍ୟାଙ୍କ ଆସୁଥିବା ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ