ଭୁବନେଶ୍ବର : ଏସଟିଏଫର ବଡ ଅପରେସନ । ନୟାଗଡ ରଣପୁରର ସାନମଣିନାଗ ଜଙ୍ଗଲରୁ ୨ଟି କଲରପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ। ଏହି ଘଟଣାରେ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକକୁ ଗିରଫ କରାଯାଇଛି । ସେ ସ୍ଥାନୀୟ ଅଞ୍ଚଳର ସମିତି ସଭ୍ଯ ବୋଲି ଜଣାପଡିଛି।
![Leopard skins seized By STF](https://etvbharatimages.akamaized.net/etvbharat/prod-images/od-bbs-01-leopard-skin-avb-7203832_13062020131531_1306f_1592034331_896.jpg)
ଏହି ଅପରେସନ ବେଳେ ବାଘ ଛାଲ ସହ କିଛି ହାଡ ମଧ୍ଯ ଜବତ କରାଯାଇଛି। ଅର୍ଥାତ ବାଘକୁ କିଛି ଦିନ ବ୍ଯବଧାନ ମଧ୍ଯରେ ଶିକାର କରାଯାଇ ଏପରି ଡିଲ କରାଯାଉଥିବା ବେଳେ ଗିରଫ କରିଛି ଏସଟିଏଫ ଟିମ। ଏହି ମାମଲାରେ ସ୍ଥାନୀୟ ଅଞ୍ଚଳ ସମିତି ସଭ୍ୟଙ୍କୁ ଗିରଫ କରାଯାଇଛି । ତେବେ ତାଙ୍କ ଘର ଜାମୁଗୁଣ୍ଡା,ବନ୍ଧଗୁଣ୍ଡା,ଚାନ୍ଦିପୁର ନୟାଗଡ ବୋଲି ଜଣାପଡିଛି ।
ପ୍ରକାଶ ଯେ, କିଛି ଦିନ ତଳେ ମଧ୍ୟ ଏସଟିଏଫ ଟିମ ନୟାଗଡ ଦଶପଲା ଜଙ୍ଗଲରେ ବାଘ ଛାଲ ଓ ହରିଣ ଛାଲ ଡିଲର ପର୍ଦ୍ଦାଫାଶ କରିଥିଲା। ଏହି ଘଟଣାରେ 2 ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ବାଘ ଛାଲ ସମେତ ଦୁଇଟି ହରିଣ ଛାଲ ଜବତ କରିଥିଲା ଏସଟିଏଫ ଟିମ । ନୟାଡର ଦଶପଲ୍ଲାର ଗିରିପୁଜା ଜଙ୍ଗଲରେ ଚାଲିଥିଲା ଏହି ବଡ ଅପରେସନ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ