ETV Bharat / city

ଭୁବନେଶ୍ବରରେ ବାଘ ଛାଲ ଡିଲ୍, ବରମୁଣ୍ଡାରୁ ବେପାରୀ ଗିରଫ

author img

By

Published : Nov 17, 2020, 10:27 AM IST

Updated : Nov 17, 2020, 1:00 PM IST

ରାଜଧାନୀ ଭୁବନେଶ୍ବରରୁ ବାଘଛାଲ ଜବତ, ଜଣେ ଗିରଫ । ବରମୁଣ୍ଡା ଅଞ୍ଚଳରେ ଚଢାଉ କରି ଧରିଲା କ୍ରାଇମବ୍ରାଞ୍ଚ STF । ଗିରଫ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ଅଞ୍ଚଳରେ ସୂଚନା । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ବାଘ ଛାଲ ଡିଲ, ବରମୁଣ୍ଡାରୁ ଗିରଫ ହେଲା ବେପାରୀ

ଭୁବନେଶ୍ବର: ବାଘ ଛାଲ ନେଟୱର୍କର ଆଉ ଏକ ଖୁଲାସା । ଏଣିକି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀରେ ଦେଖିବାକୁ ମିଳିଛି ବାଘ ଛାଲ ଡିଲ । ଯାହାର ସୁରାକ ପାଇ ଏସଟିଏଫର ରେଡ ବେଳେ ଧରାପଡିଛି ବେପାରୀ ।

ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟିର ଡ୍ରାଇଭର ଭାବେ କାମ କରୁଥିବା ଜଣେ ବେପାରୀ ଚଳାଇଥିଲା ଏପରି ହାଇପ୍ରୋଫାଇଲ କାରବାର । ବରମୁଣ୍ଡା କାଳିମନ୍ଦିର ନିକଟରେ ଡିଲ ବେଳେ ଗିରଫ ହେଲା ବେପାରୀ ପ୍ରଶାନ୍ତ କୁମାର ନାୟକ । ଯାହାର ଘର ମୟୁରଭଞ୍ଜ କରଞ୍ଚିଆ ରଡଙ୍ଗ ବୌଲି ଜଣା ପଡିଛି ।

ଭୁବନେଶ୍ବରରେ ବାଘ ଛାଲ ଡିଲ୍, ବରମୁଣ୍ଡାରୁ ବେପାରୀ ଗିରଫ

ତେବେ ତା ନିକଟରୁ ଗୋଟିଏ ବାଘଛାଲ ଜବତ କରାଯାଇଛି । ରାଜଧାନୀରେ ବାଘଛାଲ ଡିଲ ସାମ୍ନାକୁ ଆସିବା ପରେ ଆଶା କରାଯାଉଛି ଏହି ନେଟୱର୍କର ଚେର ହୁଏତ ଆହୁରି ଲମ୍ବା ହୋଇଥାଏ ପାରେ । ଏନେଇ ଏସଟିଏଫ ଛାନଭିନ ଜାରି ରଖିଥିବା ବେଳେ ୱାଇଲଡଲାଇଫ ଆକ୍ଟରେ ଗିରଫ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Nov 17, 2020, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.