ETV Bharat / city

STF ପଞ୍ଝାରେ ଶିକାରୀ, ବାଘ ଛାଲ ବିକିବାକୁ ଚଲାଇଥିଲା ପ୍ଲାନ - Odisha STF Team

ବାଲିଗୁଡା ୱାଇର୍ଲ୍ଡ ଲାଇଫ ରେଞ୍ଜରୁ ବାଘ ଛାଲ ଡିଲ ସମୟରେ ଅଭିଯୁକ୍ତ ଗିରଫ । ଅପରେସନ ବାଘ ଛାଲ ବେଳେ ଧରିଲା ଏସଟିଏଫ । ଅଧିକ ପଢନ୍ତୁ...

STF ପଞ୍ଝାରେ ଶିକାରୀ, ବାଘ ଛାଲ ଜବତ ଜଣେ ଗିରଫ

author img

By

Published : Oct 6, 2021, 4:42 PM IST

Updated : Oct 6, 2021, 5:07 PM IST

ଭୁବନେଶ୍ବର: ବାଘ ଛାଲ ବିକ୍ରିପାଇଁ ଡିଲ୍ କରିଥିଲା ଶିକାରୀ । ହେଲେ ଧରି ପକାଇଲା ଏସଟିଏଫ । ବନ ବିଭାଗର ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ସିପ୍ତିଗୁଡା ଗାଁ ପାଖ ଜଙ୍ଗଲରେ ଚଢାଉ କରିଥିଲା STF ଟିମ୍ । ଏଥିରେ ବାଲିଗୁଡା ୱାଇର୍ଲ୍ଡ ଲାଇଫ ରେଞ୍ଜରୁ ବାଘଛାଲ ଡିଲ ସମୟରେ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି ।

ତେବେ ଗିରଫ ହୋଇଥିବା ଅଭିଯୁକ୍ତ ନିକଟରୁ ବନ୍ୟପ୍ରାଣୀ ଅଙ୍ଗତସ୍କରି ଓ ଚୋରାଚାଲାଣ ଘଟଣାରେ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୪ଟି ହରିଣ ଛାଲ, ୧୫ କେଜି ବଜ୍ରକାପ୍ତା ଛାଲ ସମେତ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ କରିଛି ଏସଟିଏଫ ।

ସେପଟେ ଏହି ମାମଲାରେ ରାଜ୍ୟରୁ ୩୩ଜଣ ବନ୍ୟପ୍ରାଣୀ ତସ୍କରିଙ୍କୁ ଗିରଫ କରାଯାଇଛି । ତେବେ ଏନେଇ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି କରିବା ସହ ଶିକାରୀଙ୍କୁ ଧରିବା ପାଇଁ ବିଭିନ୍ନ ଜିଲ୍ଲାରେ ନିଜର ନେଟୱର୍କ ବିଛାଇଛି ଏସଟିଏଫ ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 6, 2021, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.