ETV Bharat / city

ପଞ୍ଚାୟତ-ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ଲେଖାଶ୍ରୀ - ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଲେଖାଶ୍ରୀ । ଦୀର୍ଘ ଦିନ ଦିନ ଧରି ପୌର ନିର୍ବାଚନ ବନ୍ଦ ରହିବା ସହ ବିଭିନ୍ନ ଜିଲ୍ଲାରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ...

ପଞ୍ଚାୟତ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

author img

By

Published : Oct 9, 2021, 6:12 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ଦଳ । ତେବେ ପୌର ନିର୍ବାଚନ 2ରୁ ଅଧିକ ବର୍ଷ ଧରି ହେଉନାହିଁ । ଆଉ ରାଜ୍ୟ ସରକାର ଏହି ନିର୍ବାଚନ କରିବାକୁ ଭୟ କରୁଥିବା ନେଇ କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।

ଏନେଇ ଅକ୍ଟୋବର 8 ତାରିଖ ସୁଦ୍ଧା ସଂରକ୍ଷଣର ଡ୍ରାଫ୍ଟ ପବ୍ଲିକେଶନ ପ୍ରକାଶ ପାଇବା କଥା ହେଲେ ସେଥିରେ ବିଳମ୍ବ ହେଉଥିବା ନେଇ କହିଛନ୍ତି । କିନ୍ତୁ ଗତକାଲି (ଶୁକ୍ରବାର) ସୁଦ୍ଧା 10ଟି ଜିଲ୍ଲାର ଆସିନାହିଁ ।

ପଞ୍ଚାୟତ ପୌର ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ତେବେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲଙ୍ଘନ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି । ରାଜ୍ୟ ସରକାର କାହିଁକି ପ୍ରକାଶ କରି ନାହାନ୍ତି ତାହା ସ୍ପଷ୍ଟ କରନ୍ତୁ । ସେ କହିଛନ୍ତି କି ଏହି ଘଟଣାରେ ରାଜ୍ୟ ନିର୍ବାଚନ କମିଶନ ରାଜ୍ୟ ସରକାରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଜ୍ଞପ୍ତି ଆସିବା ପରେ ସଂଶୋଧନ କରିବା ପାଇଁ 7 ଦିନ ସମୟ ମିଳିଥିବା ପରେ ମଧ୍ୟ ତାହାକୁ ସଂଶୋଧନ କରାଯାଇନାହିଁ ।

ସେ କହିଛନ୍ତି କି 8 ତାରିଖ ସୁଦ୍ଧା ସମସ୍ତ ସିଟର ତାଲିକା ପବ୍ଲିକ ଡୋମେନରେ କାହିଁକି ପ୍ରକାଶ କରାଯାଇନାହିଁ । ତେବେ ସଂଶୋଧନ ସମୟ ସୀମା ଶେଷ ହେଲାଣି । ଏଥିପାଇଁ କିଏ ଦାୟୀ ? ଆଉ ଏହି ପ୍ରସଙ୍ଗରେ ପଞ୍ଚାୟତରାଜ ସଚିବ ଇସ୍ତଫା ଦେବେ କି ?

ସେପଟେ ପୌର ନିର୍ବାଚନ ନେଇ ରାଜ୍ୟ ସରକାର ଗତ ବିଧାନସଭାରେ ବିଧେୟକ ପାସ କରିଛନ୍ତି । ଆଉ ଏଥିରେ ବିଧାୟକମାନଙ୍କୁ ଦାୟୀତ୍ବ ନଦେଇ ଜିଲ୍ଲାପାଳନ ମାନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ତା ସହିତ 4 ଟି ଜିଲ୍ଲାରେ ଓବିସି ସଂରକ୍ଷଣ ମଧ୍ୟ ଦିଆଯାଇନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.