ETV Bharat / city

କୋରାପୁଟରେ ନାବାଳିକା ଦୁଷ୍କର୍ମ ମାମଲା: ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ - ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

କୋରାପୁଟରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କହିଲେ ସରକାର ମୁହଁରେ ବିଣ୍ଡା ଦେଇ ବସିଛନ୍ତି । ଅଧିକ ପଢ଼ନ୍ତୁ...

Lekhshree targeted the government, case of rape and murder of minor girl, rape in Koraput, କୋରାପୁଟରେ ନାବାଳିକା ଦୁଷ୍କର୍ମ ମାମଲା, ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ, ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା
କୋରାପୁଟରେ ନାବାଳିକା ଦୁଷ୍କର୍ମ ମାମଲା: ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ
author img

By

Published : Jul 22, 2020, 1:25 PM IST

Updated : Jul 22, 2020, 5:19 PM IST

ଭୁବନେଶ୍ବର: ମଙ୍ଗଳବାର କୋଟପାଡ ଚିତ୍ରା ପଞ୍ଚାୟତରେ 16 ବର୍ଷର ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ଯାହାକୁ ନେଇ ସରକାରଙ୍କୁ ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଦର୍ଶାଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଏବଂ ଓଡି଼ଶା ମହିଳାଙ୍କ ପାଇଁ ଅସୁରକ୍ଷିତ। ପୋଲିସ ଓ ପ୍ରଶାସନର ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ଘଟଣା ବଢୁଛି। ପୀଡ଼ିତା ପ୍ରତି ଅସମ୍ବେଦନଶୀଳତା କାରଣରୁ ଏ ଅପରାଧୀ ସେମାନେ ଖସି ଯାଉଛନ୍ତି।

ବୀରମିତ୍ରପୁର ଘଟଣା ହେଉ କି ମାଲକାନଗିରି ଘଟଣା, କୌଣସି ଘଟଣାରେ ବି ସମସ୍ତ ଅପରାଧୀ ଏବେ ଯାଏ ଧରା ପଡ଼ିନାହାଁନ୍ତି। ଗୋଟେ ଅଧେ ଅପରାଧୀଙ୍କୁ ଧରି ପୋଲିସ ନିରବ ହୋଇ ବସିଛି। ଲେଖାଶ୍ରୀ ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ରାଜ୍ୟର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ନିଜ ସାମ୍ବିଧାନିକ ଦାୟିତ୍ବକୁ ସମ୍ପୂର୍ଣ୍ଣ ଭାବେ ହାତଛଡା କରି ସେ ବସି ରହିଛନ୍ତି ।

କୋରାପୁଟରେ ନାବାଳିକା ଦୁଷ୍କର୍ମ ମାମଲା: ସରକାରଙ୍କୁ ଟାର୍ଗେଟ କଲେ ଲେଖାଶ୍ରୀ

ମହିଳା ମାନେ ଦିନ ଦ୍ବିପହରେ, ରାତିରେ ଦୁଷ୍କର୍ମର ଶିକାର ହେଉଛନ୍ତି। ରାଜ୍ୟରେ ଏ କି ପ୍ରକାର ଗଣତାନ୍ତ୍ରିକ ଶାସନ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ସେ । ମୁଖିଆ ନୀରବ, ମହିଳା ଶିଶୁ ବିକାଶ ମନ୍ତ୍ରୀ ନୀରବ, ମହିଳା କମିଶନ ନୀରବ। ଯେଉଁ ମାନଙ୍କର ସାମ୍ବିଧାନିକ ଦାୟିତ୍ବ ମହିଳା ମାନଙ୍କୁ ସୁରକ୍ଷା କରିବା, ସେମାନେ ଯେମିତି ପାଟିରେ ଵିଣ୍ଡା ବାନ୍ଧି ବସିଯାଇଛନ୍ତି। ଅନୁଭବ ହେଉଛି ଏଠି ଜନପ୍ରତିନିଧି ମାନଙ୍କର କିଛି ଭୂମିକା ହିଁ ନାହିଁ ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ । ଏନେଇ ଲେଖାଶ୍ରୀ ଟ୍ବିଟ କରି ମଧ୍ୟ ନିଜର ଉଦବେଗ ପ୍ରକାଶ କରିଛନ୍ତି । ୨୦ ବର୍ଷର ନବୀନ ସରକାର ମହିଳା ବିରୋଧୀ ସରକାର ବୋଲି ସେ ଲେଖିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Jul 22, 2020, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.