ETV Bharat / city

ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ସରକାର: ଲେଖାଶ୍ରୀ - ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ସରକାର

ରାଜ୍ୟ ସରକାର ଜୋର ଜବରଦସ୍ତି ଅର୍ଡିନାନ୍ସ ଆଣି ବିଶ୍ୱବିଦ୍ୟାଳୟକୁ ନିଜ ଅଧୀନକୁ ନେଇଛନ୍ତି । ବର୍ତ୍ତମାନ ଏହାର ଫାଇଦା ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ସରକାର

author img

By

Published : Mar 24, 2021, 5:40 PM IST

Updated : Mar 24, 2021, 10:32 PM IST

ଭୁବନେଶ୍ବର: ରାଜ୍ୟ ସରକାର ଜୋର ଜବରଦସ୍ତି ଅର୍ଡିନାନ୍ସ ଆଣି ବିଶ୍ୱବିଦ୍ୟାଳୟକୁ ନିଜ ଅଧୀନକୁ ନେଇଛନ୍ତି । ବର୍ତ୍ତମାନ ଏହାର ଫାଇଦା ନେଇ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ତେବେ ରାଜ୍ୟ ସରକାର ସବୁ ବିଶ୍ବବିଦ୍ୟାଳୟକୁ ଚିଠି ଲେଖିଛନ୍ତି । ସବୁ ପେନସନଭୋଗି ଅଧ୍ୟାପକ ଓ କର୍ମଚାରୀ କଂଟ୍ରୋଲର ଅଫ ଫାଇନାନ୍ସଙ୍କ ସମ୍ମୁଖରେ ହାଜର ହେବେ । ୨୫ ମାର୍ଚ୍ଚ ପୂର୍ବରୁ ଉପସ୍ଥିତ ହେବା ବାଧ୍ୟତାମୂଳକ । ନଚେତ ତାଙ୍କ ପେନସନ ବନ୍ଦ କରାଯିବ । ତେବେ ପେନସନ ଜଣେ ଲୋକର ମୌଳିକ ଅଧିକାର । ଥରେ ମିଳିଲା ପରେ ତାକୁ କେହି ମଧ୍ୟ ବନ୍ଦ କରିପାରିବେ ନାହିଁ । ସେଇଟା ଅବସର ଗ୍ରହଣ କଲା ପରେ ତାର ଏକ ମାତ୍ର ରୋଜଗାର ପନ୍ଥା ।

ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ସରକାର

କେଉଁ ଆଧାରରେ ରାଜ୍ୟ ସରକାର ଏମିତି ଚିଠି ଲେଖିଲେ ? ଏହା ଅସମ୍ବିଧାନିକ । ଯଦି ପେନସନ ଭୁଲ ଦେଉଛନ୍ତି, ସେଇଟା ରାଜ୍ୟ ସରକାରଙ୍କ ଦାୟିତ୍ୱ କେମିତି ଠିକ କରିବେ । କିନ୍ତୁ ପେନସନଧାରୀ ବର୍ତ୍ତମାନ କେଉଁ ଅବସ୍ଥାରେ ଥିବେ ତାହା ବିଚାର କରିଛନ୍ତି ତ ? କୋଭିଡ ସମୟରେ ଏମିତି ବୁଦ୍ଧି କିଏ ଦେଉଛି ? ତୁରନ୍ତ ସେ ଚିଠି ପ୍ରତ୍ୟାହାର କରନ୍ତୁ ରାଜ୍ୟ ସରକାର । ଶିକ୍ଷକ ସମାଜକୁ ଭୁଲ ମାଗନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 24, 2021, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.