ଭୁବନେଶ୍ବର: ବିଧାନସଭାରେ ଏଣିକି ଅନଲାଇନରେ ପ୍ରଶ୍ନ ପଚାରିବେ ବିଧାୟକ । ସମସ୍ତ କାର୍ଯ୍ୟ ଅନଲାଇନରେ ହେବା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ଆଗାମୀ ବଜେଟ ସେସନରୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି ।
ପ୍ରଶ୍ନ ଅନଲାଇନରେ ପଚାଇବେ ଏବଂ ତୁରନ୍ତ ଅନଲାଇନରେ ଉତ୍ତର ପାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।କେବଳ ତାରକା ପ୍ରଶ୍ନ ମନ୍ତ୍ରୀ ଉତ୍ତର ରଖିବେ । ଏପରିକି ବଜେଟର ସମସ୍ତ ତଥ୍ୟ ବି ଅନଲାଇନ ଜରିଆରେ ପାଇପାରିବେ ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ