ETV Bharat / city

ଶୀତ ଅଧିବେଶନ ପାଇଁ ବିଧାୟକଙ୍କ କୋରୋନା ଟେଷ୍ଟିଂ ଆରମ୍ଭ - ବିଧାୟକଙ୍କ କୋରୋନା ଟେଷ୍ଟିଂ

ରାଜ୍ୟ ବିଧାନସଭା ଶୀତ ଅଧିବେଶନ ପାଇଁ ଆଜି ଠାରୁ ବିଧାୟକମାନଙ୍କ କୋରୋନା ଟେଷ୍ଟ କରାଯାଉଛି । ଅଧିକ ପଢନ୍ତୁ...

ବିଧାୟକଙ୍କ କୋରୋନା ଟେଷ୍ଟିଂ
ବିଧାୟକଙ୍କ କୋରୋନା ଟେଷ୍ଟିଂ
author img

By

Published : Nov 17, 2020, 1:19 PM IST

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନକୁ ଆଖିଆଗରେ ରଖି ଆଜି ଠାରୁ ବିଧାୟକଙ୍କ କୋରୋନା ଟେଷ୍ଟିଂ କରାଯାଇଛି । ସକାଳ 8.30ରୁ ଟେଷ୍ଟିଂ କରାଯାଉଛି ।

ତିନି ଦିନ ଧରି ସମସ୍ତ ବିଧାୟକ ଏବଂ ତାଙ୍କର ଷ୍ଟାଫ ଓ ବିଧାନସଭାର କର୍ମଚାରୀମାନଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁମାନଙ୍କ ନେଗେଟିଭ ଆସିବ ସେମାନେ ବିଧାନସଭାରେ ଯୋଗଦାନ କରିପାରିବେ ।

ସୂଚନା ଥାଉକି, ନଭେମ୍ବର 20 ତାରିଖରୁ ବିଧାନସଭାର ଶୀତକାଳିନ ଅଧିବେଶନ ହେବାକୁ ଯାଉଛି । ଏହା ଡିସେମ୍ବର 31 ତାରିଖ ଯାଏ ଚାଲିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.