ETV Bharat / city

NHAI କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବିଧାନସଭା ଷ୍ଟାଣ୍ଡିଂ କମିଟି

author img

By

Published : Oct 27, 2021, 10:50 PM IST

ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ । NHAIର କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କଲା ବିଧାନସଭା ଷ୍ଟାଣ୍ଡିଂ କମିଟି । ଅଧିକ ପଢନ୍ତୁ...

NHAI କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବିଧାନସଭା ଷ୍ଟାଣ୍ଡିଂ କମିଟି
NHAI କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ବିଧାନସଭା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ବର:ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଧୀମା ଚାଲିଛି । ଏ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି । ତେବେ ରାଜ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ (NHAI)ର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଧାନସଭା ବାଣିଜ୍ୟ ଓ ପରିବହନ ଷ୍ଟାଣ୍ଡିଂ କମିଟି ।

ଷ୍ଟାଣ୍ଡିଂ କମିଟି ସଦସ୍ୟ ଅମର ଶତପଥୀ କହିଛନ୍ତି ଯେ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାକୁ ମନ ଇଚ୍ଛା ଖୋଳି ଦେଉଛନ୍ତି । ପରବର୍ତ୍ତୀ ସମୟରେ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି । ଯାହା ଫଳରେ ଗମନାଗମନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ରାଜ୍ୟରେ ଏମିତି ଅଧପନ୍ତରିଆ ହୋଇ ପଡିରହିଥିବା କାର୍ଯ୍ୟକୁ ତାଲିକା ଭୁକ୍ତ କରିଛି ଷ୍ଟାଣ୍ଡିଂ କମିଟି । ପରବର୍ତ୍ତୀ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଏ ନେଇ ଆଲୋଚନା କରିବ କମିଟି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.