ETV Bharat / city

ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ସ୍ତବ୍ଧ ସଙ୍ଗୀତ ଜଗତ

author img

By

Published : Apr 18, 2022, 6:20 AM IST

Updated : Apr 18, 2022, 12:33 PM IST

ଆଉ ନାହାନ୍ତି କମଳ ଦେଶର ରାଜକୁମାର ତଥା ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ଗୀତିକାର ପ୍ରଫୁଲ୍ଲ କର । ନୀରବି ଯାଇଛନ୍ତି କମଳ ଦେଶର ରାଜକୁମାର । 83 ବର୍ଷ ବୟସରେ ଆଖି ବୁଜିଛନ୍ତି ସଙ୍ଗୀତ ଯାଦୁକର । ଅଧିକ ପଢନ୍ତୁ

ଆରପାରିରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର

ଭୁବନେଶ୍ବର: ଅଫେରା ରାଇଜରେ କମଳ ଦେଶର ରାଜକୁମାର ତଥା ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଓ ଗୀତିକାର ପ୍ରଫୁଲ୍ଲ କର । ସବୁଦିନ ପାଇଁ ନୀରବି ଯାଇଛନ୍ତି କମଳ ଦେଶର ରାଜକୁମାର । 83 ବର୍ଷ ବୟସରେ ଆଖି ବୁଜିଛନ୍ତି ସଙ୍ଗୀତ ଯାଦୁକର ପ୍ରଫୁଲ୍ଲ । ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ମହାଦୀପ କର । ଭୁବନେଶ୍ବର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି କଳାଜଗତ । ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ରାଜନେତା ପ୍ରଫୁଲ୍ଲଙ୍କ ବାସଭାବନକୁ ଯାଇ ଶେଷଦର୍ଶନ କରିଛନ୍ତି । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ପରଲୋକରେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର

ବାଲ୍ୟକାଳରୁ ସଙ୍ଗୀତ ପ୍ରତି ଥିଲା ଅହେତୁକ ଦୁର୍ବଳତା:

ପୁରୀରେ 1939 ଫେବୃଆରୀ 16ରେ ବୈଦ୍ୟନାଥ କର ଓ ସୁଶୀଳା କରଙ୍କ କୋଳମଣ୍ଡଳ କରିଥିଲେ ପ୍ରଫୁଲ୍ଲ । ସଙ୍ଗୀତମୟ ପରିବେଶରେ ହିଁ ବଡ ହୋଇଥିଲେ । ସଙ୍ଗୀତଠୁ ଦୂରେଇବେ ବା କେମିତି । ତାଙ୍କ ବାପା ଓ ଭାଇ କ୍ଷେତ୍ରମୋହନ କର ଜଣେ ତବଲାବାଦକ ଥିଲେ । ଘରକୁ ହିଁ ସଙ୍ଗୀତ ପ୍ରେମରେ ପଡି ଯାଇଥିଲେ ପ୍ରଫୁଲ୍ଲ । ବାଲ୍ୟକାଳରୁ ପ୍ରଫୁଲ୍ଲ କର ସବୁ ସଙ୍ଗୀତଜ୍ଞମାନଙ୍କୁ ଶୁଣିବାର ସୁଯୋଗ ପାଇଥିଲେ ଓ ଏହାର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ପିଲାବେଳୁ ସେ ପିତାଙ୍କୁ ହରାଇଥିଲେ ଏବଂ ମାମୁଁ ଘରେ ତାଙ୍କର ଲାଳନ ପାଳନ ହୋଇଥିଲା ।

1960ରୁ ଆରମ୍ଭ ହୁଏ ସଙ୍ଗୀତ ଯାତ୍ରା:

1960ରୁ ସେ ତାଙ୍କ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ଆକାଶବାଣୀ ଓ ଟେଲିଭିଜନରେ ଜଣେ ପ୍ରତିଷ୍ଠିତ ସଙ୍ଗୀତକାର, ଗାୟକ ଓ ଗୀତିକାର ଭାବରେ ପ୍ରତିଷ୍ଠିତ କରିଥିଲେ । ପ୍ରାୟ 70ରୁ ଅଧିକ ଓଡିଆ ସିନେମା ଓ 4ଟି ବଙ୍ଗଳା ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୧୦୦ରୁ ଅଧିକ ଅଣସିନେମାରେ ସଙ୍ଗୀତ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ତଥା ପାରମ୍ପରିକ ଓଡିଶୀ ଲୋକଗୀତର ବହୁଳ ବ୍ୟାବହାର ଦେଖିବାକୁ ମିଳେ ।

ଜୀବନବ୍ୟାପୀ ବହୁ ସମ୍ମାନରେ ହୋଇଛନ୍ତି ସମ୍ମାନିତ:

ସେ 8 ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି । ୨୦୦୮ରେ ସ୍ବର୍ଣ୍ଣ ସଂଜୀବନୀ ସମ୍ମାନ, ୨୦୦୯ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚଳଚ୍ଚିତ୍ର ଜଗତକୁ ସଙ୍ଗୀତ କ୍ଷେତ୍ରରେ ଅବଦାନ ଲାଗି 2004ରେ ତାଙ୍କୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୬ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । କୃପାଜଳ ଗୀତିଗ୍ରନ୍ଥ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏଥିସହ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଓ କଣ୍ଠଶିଳ୍ପୀ ଭାବେ ଅନେକ ପୁରସ୍କାର ପାଇଥିଲେ ।

ପ୍ରଫୁଲଙ୍କ ନିର୍ଦ୍ଦେଶିତ ସଙ୍ଗୀତରେ ଅନେକ ବଡ ବଡ କଣ୍ଠଶିଳ୍ପୀ କରିଛନ୍ତି କଣ୍ଠଦାନ:

ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅନୁରାଧା ପୌଡ଼ୱାଲ, ଊଷା ମଙ୍ଗେସକର, କବିତା କ୍ରିଷ୍ଣାମୂର୍ତ୍ତି, ସୁରେଶ ୱାଡେକର, ମହମ୍ମଦ ଅଜିଜ, ଅମିତ କୁମାର, ବାଣି ଜୟରାମ, ଏସ.ଜାନକୀ, ଆର. ସୁଶୀଳା, ଚିତ୍ରା, ସ୍ବର୍ଣ୍ଣଲତା, ୟେଶୁ ଦାସ, ଏସ.ପି. ବାଲସୁବ୍ରମଣୟମ, ମନୁ, ଆରତୀ ମୁଖର୍ଜୀ, ନିର୍ମଳା ମିଶ୍ର, ସିପ୍ରା ବୋଷ, ଅଜୟ ଚକ୍ରବର୍ତି, ହୈମୟନ୍ତି ଶୁକ୍ଳା ପ୍ରଭୃତି ବହୁ ଜାତୀୟ ସ୍ଥରର ଗାୟକମାନେ ଓଡ଼ିଆ ସିନେମା କଣ୍ଠଦାନ କରିଥିଲେ । ଚଳଚ୍ଚିତ୍ର ସଙ୍ଗୀତ, ଲଘୁ ସଙ୍ଗୀତ, ଭକ୍ତି ସଂଗୀତ ଓ ଓଡ଼ିଶୀ ସଙ୍ଗୀତର ଅପ୍ରତିନ୍ଦ୍ବନ୍ଦ୍ବୀ କଳାକାର ପ୍ରଫୁଲ୍ଲ ନିଜର ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ପରିଚିତ ଥିଲେ। ତାଙ୍କର ବିୟୋଗରେ ସଙ୍ଗୀତ ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

କମଳଦେଶର ରାଜକୁମାର ଥିଲେ ପ୍ରଫୁଲ:

ସେ ଗାଇଥିବା ‘କମଳ ଦେଶର ରାଜକୁମାର ମୁଁ ହାତରେ ପୁଷ୍ଫ ଧନୁ..’ ଗୀତଟି ତାଙ୍କ ହୃଦୟରେ ଆଜି ବି ଘର କରିଛି । ସେ ଗୀତରୁ କମଳ ଦେଶର ରାଜକୁମାର ରୂପେ ସଙ୍ଗୀତ ଦୁନିଆରେ ପରିଚିତ ଥିଲେ । ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ବହୁ ମନଜିଣା ଲଘୁସଂଗୀତର ଗାୟକ, ସ୍ବରକାର ଓ ଗୀତିକାର ଥିଲେ ସେ ।

ପ୍ରଫୁଲଙ୍କ ବିୟୋଗରେ ନେତା ମନ୍ତ୍ରୀଙ୍କ ଶୋକ ପ୍ରକାଶ:

କାଳଜୟୀ ସଙ୍ଗୀତର ସ୍ରଷ୍ଟା ତଥା ଓଡିଶା ସଙ୍ଗୀତ ଜଗତର ଏହି ମହାନ ଗୀତିକାର, ନିର୍ଦ୍ଦେଶକ, ସାହିତ୍ୟିକ ଓ ସ୍ତମ୍ଭକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ କରି ଧର୍ମେନ୍ଦ୍ର ଲେଖିଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ ।

  • ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଗୀତିକାର ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ, ସିନେମା ଓ ଆଧୁନିକ ସଙ୍ଗୀତରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ସେ ଲୋକଙ୍କ ମନରେ ଚିର ସ୍ମରଣୀୟ ହୋଇ ରହିବେ । pic.twitter.com/VrnyPDjKAy

    — Dharmendra Pradhan (@dpradhanbjp) April 17, 2022 " class="align-text-top noRightClick twitterSection" data=" ">

ସେ ଜଣେ ଅମାୟିକ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ସଙ୍ଗୀତ ଜଗତ ପ୍ରତି ତାଙ୍କର ଭଲପାଇବା ଓ ଏକାଗ୍ରତା ଥିଲା ବିରଳ, ଯାହା ସେ ଅତୀତରେ ପ୍ରମାଣିତ କରିଥିଲେ । ଅନେକ ସମ୍ମାନର ଅଧିକାରୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି । ସ୍ୱର୍ଗତ କରଙ୍କ ପ୍ରତିଟି କାଳଜୟୀ ଗୀତ ତାଙ୍କୁ ସବୁ ଦିନ ପାଇଁ ଅମର କରି ରଖିବ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Apr 18, 2022, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.