ETV Bharat / city

ପଞ୍ଚଭୂତରେ ବିଲୀନ ହେଲେ ହାକିମ ବାବୁ, କାନ୍ଦୁଛି ସାରା ଓଡିଶା - ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌

ଅନ୍ତିମ ବିଦାୟ ନେଲେ ଓଡିଆ ଚଳଚ୍ଚିତ୍ର ଜଗତର ହାକିମ ବାବୁ । କୋରୋନାରେ ସଂକ୍ରମିତ ହେବା ପରେ ରବିବାର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ସଭିଙ୍କ ପ୍ରିୟ ଅଜିତ ଦାସ । ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି ।

ajit das, funeral of ajit das, bhubaneswar latest news, final bye to ajit das, ଅଜିତ ଦାସ, ଅଜିତ ଦାସଙ୍କ ଶେଷକୃତ୍ୟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଅଜିତ ଦାସଙ୍କୁ ଅନ୍ତିମ ବିଦାୟ
ପଞ୍ଚଭୂତରେ ବିଲୀନ ହାକିମ ବାବୁ
author img

By

Published : Sep 14, 2020, 2:05 PM IST

Updated : Sep 14, 2020, 7:52 PM IST

ଭୁବନେଶ୍ବର: ଅନ୍ତିମ ବିଦାୟ ନେଲେ ଓଡିଆ ଚଳଚ୍ଚିତ୍ର ଜଗତର ହାକିମ ବାବୁ । ଅନେକ ଫିଲ୍ମରେ ଜୀବନ୍ତ ଅଭିନୟର ଛାପ ଛାଡିଥିଲେ ମଧ୍ୟ ଜୀବନଯୁଦ୍ଧରେ ପରାଜିତ ହୋଇଗଲେ ଅଜିତ୍ । ଏହି ଭେଟେରାନ ଅଭିନେତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି । କୋରୋନାରେ ସଂକ୍ରମିତ ହେବା ପରେ 71 ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ସଭିଙ୍କ ପ୍ରିୟ ଅଜିତ ଦାସ । ଅନେକ ଯୁବ କଳାକାର ନିଜ ଗୁରୁଙ୍କୁ ହରାଇ ଥିବା ବେଳେ ସାଥୀ କଳାକାର ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଜଣେ ନିଷ୍ଠାବାନ ଅଭିନେତା ଓ ଜଣେ ଆଦର୍ଶ ଗୁରୁ ଭାବେ ନିଜ ଭୂମିକା ବେଶ ନିଖୁଣ ଭାବେ ନିଭାଇଥିବା ଅଜିତଙ୍କୁ ଗାର୍ଡ ଅଫ ଅନର ସହ ଅନ୍ତିମ ବିଦାୟ ଦିଆଯାଇଛି । ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବାବେଳେ, ବଡ ଝିଅ ମୁଖାଗ୍ନି ଦେଇଛନ୍ତି । ନିଜ ପ୍ରିୟ ଅଭିନେତାଙ୍କୁ ହରାଇ ଶୋକକୂଳ ହୋଇ ଉଠିଛି ସମଗ୍ର ପରିବେଶ ।

ପଞ୍ଚଭୂତରେ ବିଲୀନ ହେଲେ ହାକିମ ବାବୁ, କାନ୍ଦୁଛି ସାରା ଓଡିଶା

1949 ଜାନୁଆରୀ 20 ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଜନ୍ମ ହୋଇଥିଲେ ଏହି ବର୍ଷିଆନ ଅଭିନେତା । ସେ ଏକାଧାରାରେ ଥିଲେ ଜଣେ ନିର୍ଦ୍ଦେଶକ ତଥା ନାଟ୍ୟକାର । ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ହାସଲ କରିବା ପରେ 1976ରେ ପ୍ରଥମେ ସିନ୍ଦୂର ବିନ୍ଦୁ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ । ସେ 60ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବାବେଳେ ତାଙ୍କ ଅଭିନୀତ ହାକିମ ବାବୁ, ଶଙ୍ଖ ମହୁରୀ, ପର ଝିଅ ଘର ଭାଙ୍ଗେନା, ବଳିଦାନ ଭଳି ଚଳଚ୍ଚିତ୍ର ସୁପର ହିଟ୍‌ ହୋଇଥିଲା । ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଥିଲେ । ତାଙ୍କ ଅବର୍ତ୍ତମାନରେ ଓଡିଶା ନାଟ୍ୟ ଜଗତର ବ୍ୟକ୍ତି ବିଶେଷମାନେ ଶୋକ ବ୍ୟକ୍ତ କରିବା ସହ ତାଙ୍କର ନାଟ୍ୟ ଜଗତ ପାଇଁ କାର୍ଯ୍ୟ ସବୁବେଳେ ମନେ ରହିବ ବୋଲି କହିଛନ୍ତି ।

ଅନେକ ରଙ୍ଗମଞ୍ଚ ଓ ସିନେମାରେ ନିଜ ଅଭିନୟର ଜାଦୁ ଦେଖାଇଥିବା ଅଜିତ ଦାସ ଆଉ ନାହାନ୍ତି ସତ । ହେଲେ ଅଭିନୟରେ ତାଙ୍କର ଉତ୍କର୍ଷ ସମଗ୍ର ଓଡିଶାବାସୀଙ୍କ ହୃଦୟରେ ଜୀବିତ ରହିବ ସେଥିରେ ସନ୍ଦେହ ନାହିଁ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Sep 14, 2020, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.