ETV Bharat / city

ଅସୁସ୍ଥତା ସତ୍ତ୍ବେ ବିଧାନସଭାରେ ଭାଗ ନେଲେ ବିରୋଧୀ ଦଳନେତା; କହିଲେ ଦାୟିତ୍ବ ମୋର ପ୍ରାଥମିକତା - ଲଢୁଆ ପ୍ରଦୀପ୍ତ

ଜନତାଙ୍କ ପ୍ରତି ଥିବା ଉତ୍ତରଦାୟିତ୍ବ ଓ ନିଜ ସାମ୍ବିଧାନିକ ଦାୟିତ୍ବ ତୁଲାଇବା ପାଇଁ ଅସୁସ୍ଥତା ସତ୍ତ୍ବେ ପଛଘୁଞ୍ଚା ଦେଇ ନାହାଁନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ । କାରଣ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଚିତ୍ର । ଅଧିକ ପଢନ୍ତୁ...

Leaders Of Opposition
Leaders Of Opposition
author img

By

Published : Sep 1, 2021, 1:10 PM IST

ଭୁବନେଶ୍ବର: ଆରମ୍ଭ ହେଲା ରାଜ୍ୟ ବିଧାନସଭା । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ସ୍ବଳ୍ପ କାଳୀନ ଅଧିବେଶନ ହୋଇଥିଲେ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ କୋଭିଡ କଟକଣାରେ ରାଜ୍ୟର ଅନେକ ବିକାଶ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି । ଆଉ ଏହି କଠିନ ସମୟରେ ଗୃହର ସଦସ୍ୟଙ୍କ ଦାୟିତ୍ବ ମଧ୍ୟ ବଢିଯାଇଛି ।

ଅସୁସ୍ଥତା ସତ୍ବେ ବିଧାନସଭାରେ ଭାଗ ନେଲେ ବିରୋଧୀ ଦଳନେତା; କହିଲେ ଦାୟିତ୍ବ ମୋର ପ୍ରାଥମିକତା
  • ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ। କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ୱ ସବୁବେଳେ ମୋର ପ୍ରାଥମିକତାରେ ରହିଆସିଛି । ବିଧାନସଭାର ଏହି ଅଧିବେଶନରେ ମୁଁ ଗୃହରେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବି ଏବଂ ଓଡ଼ିଶାର ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ।
    ଜୟ ହିନ୍ଦ । pic.twitter.com/ziQMr5CsMM

    — Pradipta Kumar Naik (@pradiptanaikbjp) September 1, 2021 " class="align-text-top noRightClick twitterSection" data=" ">

ଜନତାଙ୍କ ପ୍ରତି ଥିବା ଉତ୍ତରଦାୟିତ୍ବ ଓ ନିଜ ସାମ୍ବିଧାନିକ ଦାୟିତ୍ବ ତୁଲାଇବା ପାଇଁ ଅସୁସ୍ଥତା ସତ୍ତ୍ବେ ପଛଘୁଞ୍ଚା ଦେଇ ନାହାଁନ୍ତି ବିରୋଧୀ ଦଳନେତା ପ୍ରଦୀପ୍ତ ନାୟକ । କାରଣ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ଭିନ୍ନ ଏକ ଚିତ୍ର । ନିଜେ ଅସୁ୍ସ୍ଥ ଥାଇ ମଧ୍ୟ ଭୁବନେଶ୍ବର ଏମ୍ସ ଅତିଥି ଭବନରୁ ଅଧିବେଶନରେ ଅଂଶ ଗ୍ରହଣ କରିଥିଲେ ପ୍ରଦୀପ୍ତ । ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାହିଁକି ନା ଦୀର୍ଘଦିନ ହେବ କୋଭିଡରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ କୋଭିଡର ପରବର୍ତ୍ତୀ ଜଟିଳତା ପାଇଁ ଏବେ ଏମ୍ସରେ ଚିକିତ୍ସତ ହେଉଛନ୍ତି ।

କିନ୍ତୁ ଆଜି ସିଧାସଳଖ ନହେଲେ ମଧ୍ୟ ଭିସି ଯୋଗେ ବିଧାନସଭା ଅଧିବେଶନରେ ଭାଗ ନେଇ ନିଜ ଦାୟିତ୍ବ ତୁଲାଇଛନ୍ତି । ଏପରିକି ୧୧ ଜଣ ଦିବଂଗତ ସଦସ୍ୟ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଦୀପ୍ତ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିଜେ ଅସୁସ୍ଥ ଥାଇ ମଧ୍ୟ ବିରୋଧୀ ଦଳ ନେତା ଭାବେ ନିଜ ଦାୟିତ୍ବ ସେ ତୁଲାଇଛନ୍ତି । ଶାରିରୀକ ଭାବେ ଅସୁସ୍ଥ ସିନା ପ୍ରଦୀପ୍ତ କିନ୍ତୁ ମାନସିକ ଭାବେ ନୁହେଁ । କାରଣ ସେ ସମସ୍ତ ଦିଂବଗତ ୧୧ ଜଣ ସଦସ୍ୟଙ୍କ ନାଁକୁ ମଧ୍ୟ ସ୍ପଷ୍ଟ ଭାବେ ପଢିଥିଲେ । ଏଥିରୁ ପ୍ରଦୀପ୍ତଙ୍କ ଇଚ୍ଛାଶକ୍ତି ଓ ଦୃଢ ମନଭାବ ଜଣାପଡୁଛି ।

ଅନ୍ୟପଟେ ଏସମ୍ପର୍କରେ ନିଜ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ପ୍ରଦୀପ୍ତ କହିଛନ୍ତି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇନାହିଁ । କିନ୍ତୁ ଲୋକମାନେ ମୋତେ ଦେଇଥିବା ଦାୟିତ୍ବ ସବୁବେଳେ ମୋର ପ୍ରାଥମିକତାରେ ରହିଆସିଛି । ବିଧାନସଭାର ଏହି ଅଧିବେଶନରେ ମୁଁ ଗୃହରେ ଉପସ୍ଥିତ ହୋଇ ନପାରିଲେ ମଧ୍ୟ ଡାକ୍ତରଖାନାରୁ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହିବି ଏବଂ ଓଡିଶାର ଲୋକଙ୍କ ସମସ୍ୟା ସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.