ETV Bharat / city

ସବୁ ଜିଲ୍ଲାର ଅତିଥି ଭବନ ପୁରୀରେ ହେଉ: ବିରୋଧୀ ଦଳ ନେତା

author img

By

Published : Jan 29, 2020, 11:31 PM IST

ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟର 30ଟି ଜିଲ୍ଲାର ଅତିଥି ଭବନ ନିର୍ମାଣ ହେଉ । ଏହାଦ୍ବାରା ପୁରୀ ଆସୁଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଉପକୃତ ହେବେ । କ’ଣ ରହିଛି ସମ୍ପୂର୍ଣ୍ଣ ଖବର ପଢନ୍ତୁ...

ବିରୋଧୀ ଦଳ ନେତା
ବିରୋଧୀ ଦଳ ନେତା

ଭୁବନେଶ୍ବର: ଶ୍ରୀକ୍ଷେତ୍ର ପୁରୀରେ ସମସ୍ତ ଜିଲ୍ଲାର ଅତିଥି ଭବନ ପ୍ରତିଷ୍ଠା କରାଯାଉ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧ ଏକର ପରିମିତ ଜମିରେ ସମସ୍ତ ଜିଲ୍ଲାର ଅତିଥି ଭବନ ଜିଲ୍ଲା ନାମରେ ନିର୍ମାଣ ହେଉ ।

VIDEO
ସବୁ ଜିଲ୍ଲାର ଅତିଥି ଭବନ ପୁରୀରେ ହେଉ: ବିରୋଧୀ ଦଳ ନେତା

ବୁଧବାର ଏମିତି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବିରୋଧୀ ଦଳ ନେତା ଚିଠିରେ ଦର୍ଶାଇଛନ୍ତି ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଆସିଥାନ୍ତି । ପୂର୍ବରୁ ସେମାନେ ଯାତ୍ରୀ ପଣ୍ଡାମାନଙ୍କ ଦ୍ବାରା ନିର୍ମିତ ଆବାସରେ ରହୁଥିଲେ ।

ନଚେତ ବିଭିନ୍ନ ଧର୍ମଶାଳାରେ କିମ୍ବା ଲଜରେ ରହୁଛନ୍ତି । ବର୍ତ୍ତମାନ ଶ୍ରୀକ୍ଷେତ୍ର ଶ୍ରୀ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରୁ ପୁରୀ ଆସୁଥିବା ଯାତ୍ରୀମାନଙ୍କ ଲାଗି ସରକାର କମ ଖର୍ଚ୍ଚରେ ରହଣି ଲାଗି ଅତିଥି ଭବନ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଦିଲ୍ଲୀ ଢାଞ୍ଚାରେ ପୁରୀରେ ମଧ୍ୟ ପ୍ରତି ଜିଲ୍ଲାର ସ୍ବତନ୍ତ୍ର ଭବନ ନିର୍ମାଣ ହେଲେ ସମ୍ପୃକ୍ତ ଜିଲ୍ଲାରୁ ପୁରୀ ଆସୁଥିବା ତୀର୍ଥଯାତ୍ରୀମାନେ କମ ଖର୍ଚ୍ଚରେ ରହିପାରିବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:
ରାଜ୍ୟର ପ୍ରତି ଜିଲ୍ଲା ନାଁରେ ପୁରୀରେ ଅତିଥି ଭବନ ନିର୍ମାଣ କରାଯାଉ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଧଏକର କରି ଜମି ଯୋଗାଇ ତାହା ଉପରେ ସମ୍ପୃକ୍ତ ଜିଲ୍ଲା ନାମରେ ଅତିଥି ଭବନ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ। ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣୀ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ଯାତ୍ରୀ ଆସିଥାନ୍ତି । ପୂର୍ବରୁ ସେମାନେ ଯାତ୍ରୀ ପଣ୍ଡାମାନଙ୍କ ଦ୍ୱାରା ନିର୍ମିତ ଆବାସରେ ରହୁଥିଲେ । ଏହାଛଡ଼ା ବିଭିନ୍ନ ଧର୍ମଶାଳାରେ ବି ସ୍ୱଳ୍ପ ଖର୍ଚ୍ଚରେ ଯାତ୍ରୀମାନେ ରହିପାରୁଥିଲେ । ଏବେ ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ବିଭିନ୍ନ ଅଞ୍ଚଳରୁ ପୁରୀ ଆସୁଥିବା ଯାତ୍ରୀମାନଙ୍କ ଲାଗି ସରକାର କମ୍‍ ଖର୍ଚ୍ଚରେ ରହଣି ଲାଗି ଅତିଥି ଭବନମାନ ନିର୍ମାଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଦିଲ୍ଲୀ ଢାଞ୍ଚାରେ ପୁରୀରେ ବି ପ୍ରତି ଜିଲ୍ଲାର ସ୍ୱତନ୍ତ୍ର ଭବନ ନିର୍ମାଣ ହେଲେ ସମ୍ପୃକ୍ତ ଜିଲ୍ଲାର ପୁରୀ ଆସୁଥିବା ତୀର୍ଥଯାତ୍ରୀମାନେ କମ୍‍ ଖର୍ଚ୍ଚରେ ରହିପାରିବେ ।Body:kConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.