ETV Bharat / city

ରତ୍ନଭଣ୍ଡାରକୁ ନେଇ ରାଜନୀତି, ଯାଞ୍ଚ ପାଇଁ ବିରୋଧୀ ଦଳ ନେତାଙ୍କ ଦାବି

author img

By

Published : Oct 29, 2019, 1:19 PM IST

ରହସ୍ୟ ଘେରରେ ରତ୍ନଭଣ୍ଡାର । ଚାବି ହଜିବା ପରେ ଏବେ ପୁଣି ତେଜିଛି ରାଜନୀତି । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଡିଟ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା । ତୁରନ୍ତ ଜଗନ୍ନାଥ ପ୍ରେମୀଙ୍କ ସନ୍ଦେହ ଦୂରପାଇଁ ଦାବି କଲେ ପ୍ରଦୀପ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭୁବନେଶ୍ବର: ଶ୍ରୀ ମନ୍ଦିରରେ ଥିବା ରତ୍ନଭଣ୍ଡାର ହେଉଛି ପ୍ରଭୁଙ୍କ ସମ୍ପତ୍ତି । ଏହା ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଗାଥାର ସାକ୍ଷୀ । ଚାବି ହଜିବା ଘଟଣାକୁ ଏବେ ଦେଢ ବର୍ଷରୁ ଅଧିକ ଦିନ ବିତିଗଲାଣି । ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହା ଆଜିବି ବଳବତ୍ତର ରହିଛି । ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ ଖୋଲି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାର ଉପରେ ୧୯୭୮ ମସିହାରେ ଯେଉଁ ତାଲିକା ପ୍ରସ୍ତୁତ ହୋଇଥିଲା ସେହି ତାଲିକା ସହିତ ବର୍ତ୍ତମାନ ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇ ଉଭୟର ତାଳମେଳ ଯାଞ୍ଚ କରି ସାର୍ବଜନୀନ କରାଯାଉ । ଆଜି ଏମିତି ଦାବି ରଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ପ୍ରଦୀପ୍ତ କହିଛନ୍ତି ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ବ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ମନ୍ଦିର ପ୍ରଶାସନିକ ବ୍ୟବସ୍ଥାରେ ଲାଗୁ କରନ୍ତୁ । ୫ଟିରେ ଥିବା ଦୁଇଟି T ଟ୍ରାନସପରେନ୍ସିଓ ଟାଇମକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁ କରନ୍ତୁ । ନିଦ୍ଦିର୍ଷ୍ଟ ସମୟ ସୀମା ଓ ସ୍ବଛତାର ସହ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଞ୍ଚ ହେଉ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଏହାସହ ଆହୁରି ପ୍ରଦୀପ୍ତ କହିଛନ୍ତି ୨୨ ମାର୍ଚ୍ଚ ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ବୀକାର କରିଥିଲା । ବଢୁଥିବା ଜନଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ୮ ଜୁନ ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଥିଲେ । ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ । ୬ ମାସ ପରେ ୩୦ ନଭେମ୍ବର ୨୦୧୮ ରେ କମିଶନ ରିପୋର୍ଟ ପ୍ରଦାନ କଲେ । ରିପୋର୍ଟ ଆସିଲା ହେଲେ ଫଳ ଶୂନ । ସରକାର ସେହି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କଲେ ନାହିଁ ।

ରତ୍ନଭଣ୍ଡାର କେବେ ଖୋଲାଯିବ ରାଜ୍ୟ ସରକାର ଏହା ଉପରେ କିଛି ପଦକ୍ଷେପ ନେଉନାହାଁନ୍ତି । ରତ୍ନ ଭଣ୍ଡାର ଚାବି ହଜିବା ଓ ତାର ପରେ ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କର ପଦକ୍ଷେପ ନିହାତି ସନ୍ଦେହ ଜନକ । ରତ୍ନ ଭଣ୍ଡାର ଚାବି ହଜିବା କଥା ସାମ୍ନାକୁ ଆସିବା ପରେ ରତ୍ନ ଭଣ୍ଡାରରେ ଥିବା ଦୁର୍ଲଭ ମଣିମୁକ୍ତା, ସୁନାରୂପା ସବୁ ସୁରକ୍ଷିତ ଅଛି କି ନାଇ ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାର ଦୂର କରିବାର ଆବଶ୍ୟକତା ଅଛି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.