ଭୁବନେଶ୍ବର: ମହାମାରୀକୁ ଦୁଇବର୍ଷ ବିତିଗଲାଣି । କିନ୍ତୁ ଉତ୍କଳ ବିଶ୍ବବିଦ୍ୟାଳୟ ଆଇନ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ପରୀକ୍ଷା କରାଯାଇ ନାହିଁ । ଏହାକୁ ନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା କରିବାକୁ ଅଭିଯୋଗ କରିଛନ୍ତି।
ତେବେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଏହାକୁ ନେଇ ପୂର୍ବରୁ ମଧ୍ୟ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା । ଏପରିକି କୋର୍ଟ ମଧ୍ୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଅଭିଯୋଗ ମୁତାବକ ପିଲାଙ୍କ ଭବିଷ୍ୟତ ପାଇଁ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବା ସହ ପରୀକ୍ଷା କରାଯାଉ। କିନ୍ତୁ କୋର୍ଟର ନିର୍ଦ୍ଦେଶକୁ ୭ ମାସ ବିତିଯାଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ତେଣୁ ଆଜି(ସୋମବାର) ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକରେ ବ୍ୟାନର ଧରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ତାଙ୍କର ଦାବି ରହିଛି ଯେ, କୁଳପତି ଓ ପରୀକ୍ଷା ନିୟନ୍ତ୍ରକ ଆସି ତାଙ୍କୁ ଦେଖା କରି ସେମାନଙ୍କ ସହ ଏହି ବିଷୟରେ ଆଲୋଚନା କରନ୍ତୁ ।
ଏପଟେ ଆଜି ଦିନ ୧୨ ଟା ଭିତରେ ପରୀକ୍ଷା ପାଇଁ ନୋଟିସ ଜାରି କରି ବିଗତ ସେମିଷ୍ଟାର ଗୁଡିକରେ ପ୍ରମୋସନ୍ କରାଯାଉ । ଆଗକୁ ଆସୁଥିବା ସେମିଷ୍ଟର ପାଇଁ ସଠିକ ଭାବରେ ଅନଲାଇନ କ୍ଳାସ କରି ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଦେବସ୍ମିତା ରାଉତ , ଇଟିଭି ଭାରତ