ଭୁବନେଶ୍ବର: ରାଜ୍ୟରେ କେତେ ମାମଲାର ସମାଧାନ ହୋଇଛି ଓ କେତେ ବିଚାରଧୀନ ରହିିଛି ତାହାକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଗତ ୩ ବର୍ଷରେ ହାଇକୋର୍ଟରେ 1 ଲକ୍ଷ 75 ହଜାର 976 ବିଚାରଧୀନ ରହିଛି ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ କେତେଗୋଟି ମାମଲା ବିଚାରଧୀନ ଅଛି ? ବିଗତ 3 ବର୍ଷରେ କେତୋଟି ମାମଲାର ଫଇସଲା ହୋଇଛି ଓ ବକେୟା ରହିଛି । ମାମଲା ଗୁଡିକର ଆଶୁ ଫଇସଲା ପାଇଁ କି ପଦକ୍ଷେପ ଗ୍ରହଣ କରାଯାଉଛି, ସେନେଇ ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରା ଲିଖିତ ପ୍ରଶ୍ନ ରଖିଥିଲେ ।
ନିଜ ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଦର୍ଶାଇଛନ୍ତି ଯେ ଓଡିଶା ଉଚ୍ଚ ନ୍ୟାୟାଳୟରେ ସର୍ବମୋଟ ୧ ଲକ୍ଷ ୭୫ ହଜାର ୯୭୬ ମାମଲା ବିଚାରାଧୀନ ରହିଛି । ବିଗତ ତିନିବର୍ଷରେ ୨ ଲକ୍ଷ ୧୭ ହଜାର ୭୯୫ଟି ମାମଲାର ଫଇସଲା ହୋଇଛି । ବାକି ଥିବା ମାମଲା ଗୁଡିକର ଆଶୁ ଫଇସଲା ପାଇଁ ଉଚ୍ଚ ନ୍ୟାୟାଳୟ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ