ETV Bharat / city

ଟିଲଟେଡ ଲେନ୍ସର ତୃତୀୟ ଓଡ଼ିଆ କ୍ୟାଲେଣ୍ଡର ଲୋକାର୍ପଣ - ଟିଲଟେଡ ଲେନ୍ସ

'ଟିଲଟେଡ ଲେନ୍ସ' ଇତି ମଧ୍ୟରେ ନିଜର ତୃତୀୟ ଓଡ଼ିଆ କ୍ୟାଲେଣ୍ଡର ଲୋକାର୍ପଣ କରିଛି । ତୃତୀୟ ବର୍ଷ ପାଇଁ ଏହି କ୍ୟାଲେଣ୍ଡର ଲୋକାର୍ପିତ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଥିମ ରହିଛି ଦ ମିରର ଷ୍ଟୋରୀ । ଅଧିକ ପଢନ୍ତୁ...

ଟିଲଟେଡ ଲେନ୍ସର ତୃତୀୟ ଓଡ଼ିଆ କ୍ୟାଲେଣ୍ଡର ଲୋକାର୍ପଣ

author img

By

Published : Apr 4, 2021, 10:52 AM IST

ଭୁବନେଶ୍ବର: ଓଡିଶାର ସୁଖ୍ୟାତ ସୃଜନଶୀଳ ଫଟୋଗ୍ରାଫି ଗୃପ୍ 'ଟିଲଟେଡ ଲେନ୍ସ' ଇତି ମଧ୍ୟରେ ନିଜର ତୃତୀୟ ଓଡ଼ିଆ କ୍ୟାଲେଣ୍ଡର ଲୋକାର୍ପଣ କରିଛି । ତୃତୀୟ ବର୍ଷ ପାଇଁ ଏହି କ୍ୟାଲେଣ୍ଡର ଲୋକାର୍ପିତ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଥିମ ରହିଛି ଦ ମିରର ଷ୍ଟୋରୀ । ରାଜ୍ୟର ୧୦ ରୁ ଉର୍ଦ୍ଧ୍ବ ମଡେଲମାନଙ୍କୁ ନେଇ ଏହି କ୍ୟାଲେଣ୍ଡର ପ୍ରସ୍ତୁତି କରାଯାଇଛି । ଏଥିରେ ମଡେଲରମାନେ ସେମାନଙ୍କର ପ୍ରତିଭାକୁ ଫଟୋ ମାଧ୍ୟମରେ ପ୍ରତିପାଦିତ କରିଛନ୍ତି, ଯାହାକୁ ନେଇ କ୍ୟାଲେଣ୍ଡରଟି ବେଶ ଆକର୍ଷଣୀୟ ହୋଇପାରିଛି ।

ଟିଲଟେଡ ଲେନ୍ସର ତୃତୀୟ ଓଡ଼ିଆ କ୍ୟାଲେଣ୍ଡର ଲୋକାର୍ପଣ

ଏହି ଅବସରରେ ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ସାଶ୍ବତ ଯୋଶୀ ଓ ଅଭିନେତ୍ରୀ ପିଙ୍କି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଓ ନେକ୍ସଟ ଏହି କାର୍ଯ୍ୟକ୍ରମକୁ ସ୍ପୋନସର କରୁଥିବା ବେଳେ ଅଭିନେତା ପୁପିନ୍ଦର ସମେତ ଅନେକ କଳାକାର ଓ ମଡେଲମାନେ ଏଠାରେ ଉପସ୍ଥିତ ଥିଲେ ।

ଓଡ଼ିଶାର ମଡେଲମାନେ କିଭଳି ସେମାନଙ୍କର ପ୍ରତିଭାକୁ ଆଗକୁ ବିକଶିତ କରାଇବେ ଓ ରାଜ୍ୟ ପାଇଁ ଗୌରବ ଅଣିବେ, ଏହି ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଉପସ୍ଥିତ ଅତିଥି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.