ETV Bharat / city

‘ବନ୍ଦ କରନ୍ତୁ ଅପପ୍ରଚାର, ଆମେ ଆର୍ଥିକ ସ୍ବଚ୍ଛଳ ଓ ଦାୟିତ୍ବ ନେବାକୁ ସକ୍ଷମ’ - ଝରଣା ଦାସ ଟ୍ବିଟ

ଚର୍ଚ୍ଚାରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଭଉଣୀ ଝରଣା ଦାସଙ୍କ ଟ୍ବିଟ । ତାଙ୍କ ପରିବାରକୁ ଅର୍ଥର ଆବଶ୍ୟକତା ରହିଛି ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଯାହାକୁ ଝରଣା ଖଣ୍ଡନ କରିବା ସହିତ ଏଭଳି ଗୁଜବ ପ୍ରଚାରକୁ ବନ୍ଦ କରିବା ପାଇଁ କରିଛନ୍ତି ଅନୁରୋଧ । ଅଧିକ ପଢନ୍ତୁ...

ସାମ୍ବାଦିକ ଅରିନ୍ଦମଙ୍କ ପରିବାର ପକ୍ଷରୁ ଅନୁରୋଧ, ଗୁଜବ ପ୍ରଚାର ବନ୍ଦ କରନ୍ତୁ

author img

By

Published : Oct 1, 2021, 1:52 PM IST

Updated : Oct 1, 2021, 3:13 PM IST

ଭୁବନେଶ୍ବର: କଟକ ମୁଣ୍ଡୁଳୀ ବୋଟ ଟ୍ରାଜେଡ଼ିରେ ଓଡିଆ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ରିପୋର୍ଟର ଅରିନ୍ଦମ ଦାସଙ୍କ ପରଲୋକ ଘଟିଥିଲା । ତେବେ ତାଙ୍କ ଦେହାନ୍ତ ପରେ ପରିବାରକୁ ଅର୍ଥର ଆବଶ୍ୟକତା ରହିଛି ବୋଲି ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେଉଛି । ଯାହାକୁ ଖଣ୍ଡନ କରିଛନ୍ତି ଅରିନ୍ଦମଙ୍କ ଭଉଣୀ ଝରଣା ଦାସ । ତାଙ୍କ ପରିବାରକୁ ଆର୍ଥିକ ସହାୟତା ନୁହେଁ, ବରଂ ସହାନୁଭୂତି ଓ ସମର୍ଥନ ଆବଶ୍ୟକ ବୋଲି କହିଛନ୍ତି ଏବଂ ଏଭଳି ଗୁଜବକୁ ବନ୍ଦ କରିବା ପାଇଁ ସେ ଟ୍ବିଟ କରି ଅନୁରୋଧ କରିଛନ୍ତି ।

  • In this tough time, this is what I could think of doing to stop the rumors circulating about my brother Arindam Das. We are not in a condition to take these. Try to think what if it happens with your own family. Please stop making fun of anyone's tragedy 🙏 #ArindamDas pic.twitter.com/D7xBRpFH9S

    — Jharana Das (@Jharna_2wt) October 1, 2021 " class="align-text-top noRightClick twitterSection" data=" ">

ଅରିନ୍ଦମଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ଜରୁରୀ ପରିସ୍ଥିତିରେ ଅର୍ଥର ଆବଶ୍ୟକତା ରହିଛି । ଏଭଳି କିଛି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଚାର ହେବାରେ ଲାଗିଛି । ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁର ଏପରି ଫାଇଦା ନ ନେବା ପାଇଁ ଝରଣା ଅନୁରୋଧ କରିଛନ୍ତି । ତାଙ୍କ ଭାଇଙ୍କ ମୃତ୍ୟୁକୁ ଗୋଟିଏ ଉପହାସ୍ୟ ନ ବନାଇବା ପାଇଁ ସେ ଅନୁରୋଧ କରିଛନ୍ତି । ଏଭଳି ସ୍ଥିତିରେ ପରିବାର ସମ୍ପର୍କରେ ଚିନ୍ତା କରି ମାନବିକତା ଦେଖାଇବା ପାଇଁ ସେ ଟ୍ବିଟ କରି ଅନୁରୋଧ କରିଛନ୍ତି ।

ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ, ଅରିନ୍ଦମଙ୍କ ପରିବାର ଆର୍ଥିକ ସହାୟତା ଲୋଡୁଥିବା କଥା ସମ୍ପୂର୍ଣ୍ଣ ମିଥ୍ୟା । ଏଭଳି କଠିନ ପରିସ୍ଥିତିରେ ପରିବାରର ଦାୟିତ୍ବ ନେବା ପାଇଁ ସେମାନେ ସକ୍ଷମ । ତାଙ୍କ ପରିବାରରେ ସେମାନେ ୩ ଭଉଣୀ ଓ ୨ ଭାଇଙ୍କ ସମେତ ଅରିନ୍ଦମଙ୍କ ମାଆ, କାକା, ଖୁଡ଼ି, ଅରିନ୍ଦମଙ୍କ ପତ୍ନୀ ଓ ପୁତ୍ର ରହିଛନ୍ତି । ତାଙ୍କ ସ୍ବର୍ଗତଃ ପିତା ଜୁଗଳ କିଶୋର ଦାସ SBIରେ କାର୍ଯ୍ୟ କରୁଥିଲେ । ତାଙ୍କ ନିଷ୍ଠା ଓ ମାନବିକତା ପାଇଁ ସେ ସ୍ବତନ୍ତ୍ର ପରିଚୟ ପାଇଥିଲେ । ସେହିପରି ଶିକ୍ଷା ମଧ୍ୟ ପାଇଥିଲେ ଅରିନ୍ଦମ । ଅରିନ୍ଦମ ତାଙ୍କ କାର୍ଯ୍ୟ ପ୍ରତି ନିଷ୍ଠାବାନ ଥିଲେ ଯେଉଁଠି ସେ ଅର୍ଥଲୋଭରେ ପଡିନଥିଲେ ବୋଲି କହିଛନ୍ତି ଝରଣା ।

ସେ ଆହୁରି କହିଛନ୍ତି ଯେ ଅରିନ୍ଦମଙ୍କ ପତ୍ନୀ ଓ ସନ୍ତାନ ସହିତ ସମ୍ପୂର୍ଣ୍ଣ ପରିବାର ରହିଛି । ପରିବାରର କଠିନ ପରିସ୍ଥିତିରେ ଅରିନ୍ଦମଙ୍କ ପତ୍ନୀ ଓ ପୁତ୍ର କିପରି ସମ୍ମାନଜନକ ଜୀବନ ବିତାଇବେ ସେଥିଲାଗି ପରିବାର ଦାୟିତ୍ବ ନେଇଛି । ଅରିନ୍ଦମଙ୍କ ପରିବାରକୁ ଅର୍ଥର ଅଭାବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଣୁ ଏଭଳି ଖବର ଉପରେ ବିଶ୍ବାସ ନ କରିବାକୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ପରିବାର ଏଭଳି କଠିନ ପରିସ୍ଥିତିରେ ଏସବୁ ଗୁଜବକୁ ସହ୍ୟ କରିବା ପରିସ୍ଥିତିରେ ନାହିଁ । ଏଣୁ ଏଗୁଡିକୁ ବନ୍ଦ କରିବାକୁ ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2021, 3:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.